jsm

ଏପ୍ରିଲ ୧୭ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ୧୭ ତାରିଖ ହେଉଛି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ତେଣୁ ଏ ଦିବସକୁ କିପରି ପାଳନ କରାଯିବ ସେ ନେଇ ମଙ୍ଗଳବାର ସକାଳ ୧୧ ଟା ସମୟରେ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଜେଡ଼ି ନେତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳୁ ଥାନା ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ ଓ ତାପରେ ବିଜେଡ଼ି କର୍ମୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହେବ ବୋଲି ଶ୍ରୀମତୀ ଟୁକୁନି ସାହୁ କହିଛନ୍ତି । ଏହି ଅବସରରେ ବିଜେଡ଼ି ନେତା ଶ୍ୟାମା ପ୍ରସାଦ ଗରିଆ, ରାଜେଶ ପ୍ରଧାନ, ଅରୁଣ କୁମାର ମିଶ୍ର, ନରେଶ ଅଗ୍ରୱାଲ, ପ୍ରକାଶ ମହାନନ୍ଦ, ଲାଲା ବର୍ମା, କାଉଁନସିଲର ମାନସ ସାହୁ, ଗୋପାଲ ବେହେରା, ପୌର ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରୀ ଜାଲ, ବ୍ଲକ ଉପାଧ୍ୟକ୍ଷ ଜଗତ ରାମ ରଣା, ଜ୍ଞାନ ରଞ୍ଜନ ସରାଫ, ହେମନ୍ତ ସାହୁ, ରଣ ପୃଷ୍ଟି, ଶୈଳ ପଣ୍ଡା, ପୁସୁ ଜୈନ, ସଇଁତଳାରୁ ସରପଞ୍ଚ ସୁବ୍ରତ ନାଗ, ଜଗୁଆ ସରପଞ୍ଚଙ୍କ ପ୍ରତିନିଧି ଧ୍ରୁବ ସାହୁ ଓ ଆଖପାଖ ଅଞ୍ଚଳର ବହୁ ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.