pakka

ବୀରଭଦ୍ର ହାଇସ୍କୁଲରେ ସୌନ୍ଦର୍ଯ୍ୟକରଣ ପାଇଁ ବ୍ଲକ ପ୍ରଶାସନ ତତ୍ପର

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସ୍ଥିତ ବୀରଭଦ୍ର ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟକ୍ଳାସ ନିର୍ମାଣ କାର୍ଯ୍ୟଚାଲୁ ରହିଛି । ଯାହାକୁ ନେଇ ଅତିଶୀଘ୍ର ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଓ ବିଦ୍ୟାଳୟ ପରିସର ସୌନ୍ଦର୍ଯ୍ୟକରଣ
ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ସୋମବାର ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ନେଇ ସମୀକ୍ଷା କରିବା ସହ ବିଦ୍ୟାଳୟର ଉନ୍ନତିକରଣ ପାଇଁ ପ୍ରଧାନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ଭଙ୍ଗାଯାଇଥିବା ମହାବିଦ୍ୟାଳୟ ଶ୍ରେଣୀ ଗୃହ ଓ ବିଦ୍ୟାଳୟ ଶ୍ରେଣୀଗୃହରୁ ବାହାରି ବିଦ୍ୟାଳୟ ପରିସରରେ ପଡିରହିଥିବା ଲୁହାରଡ଼ ଓ କାଠ ସାମଗ୍ରୀଗୁଡିକୁ ବାବୁ ସାହୁଙ୍କୁ ୧୬ ହଜାର ୬ଶହ ଟଙ୍କାରେ ନିଲାମ କରାଯାଇ ବିଦ୍ୟାଳୟ ପ୍ରାଙ୍ଗଣରୁ ବାହାର କରିବାର ବ୍ୟବସ୍ଥା କରାଯିବା ନେଇ ପଦକ୍ଷେପ ନିଆଯାଇଥିଲା । ବ୍ଲକ ଏ.ଇ ବଂଶୀଧର ପରିଡା, ପ୍ରଧାନ ଶିକ୍ଷକ ମହେଶ୍ୱର ବେହେରା, ସନ୍ତୋଷ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଦିଲିପ କୁମାର ମାଳି, ଭାସ୍କର ବେହେରା ପ୍ରମୁଖଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

13 − three =

error: Content is protected !!