pakka

କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପାଟଣାଗଡ଼ ପକ୍ଷରୁ ପ୍ରତିବାଦ : ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : କେନ୍ଦ୍ର ସରକାରଙ୍କ ଅହେତୁକ ପେଟ୍ରୋଲ ଡିଜେଲ ଠୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ ଯେମିତି ଖାଇବା ତେଲ, ଡାଲି ରନ୍ଧନ ଗ୍ୟାସ ଏପରି କି ଔଷଧ ପତ୍ରର ଦରଦାମ ଆକାଶ ଛୁଆଁ ହେବାରେ ଲାଗିଛି । ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇ ସାରିଛି । ଏହାର ପ୍ରତିବାଦରେ ଆଜି ବିଜୁ ମହିଳା ଜନତାଦଳ ପକ୍ଷରୁ ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ପହଞ୍ଚି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଦିନକୁ ଦିନ ଗ୍ୟାସର ଦାର ବୃଦ୍ଧି ଯୋଗୁଁ ନିଆଁ ଚୋଲ୍ଲାରେ କାଠ ଜାଳି ପ୍ରତିକ ଭାବରେ ପ୍ରତିବାଦ ଜଣାଇଥିଲେ । ପାଟଣାଗଡ ବ୍ଳକ ବିଜୁ ମହିଳା ଜନତାଦଳର ସଭାନେତ୍ରୀ ଶ୍ରୀମତୀ ବିତିଶ୍ମୀତା ମେହେର, ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁମହିଳା ସଭାନେତ୍ରୀ ସଂଯୁକ୍ତା ବନଗୁଲା, ପାଟଣାଗଡ଼ ଉପସଭାନେତ୍ରୀ ଭାନୁ ପ୍ରିୟା ନାଏକ, ସଂପାଦିକା କସ୍ତୁରୀ ସେଠ, ଜିଲ୍ଲା ସାଧାରଣ ସମ୍ପାଦିକା ସଂଯୁକ୍ତା ପ୍ରଧାନ, ଗିତାଞ୍ଜଳୀ ମିଶ୍ର, ଉଲବା ପଞ୍ଚାୟତ ସଂପାଦିକା ଜୟଶ୍ରୀ ମେହେର, କେନ୍ଦୁମୁଣ୍ଡି ପଞ୍ଚାୟତ ସଂପାଦିକା ସଂଯୁକ୍ତା ମହାପାତ୍ର, ସ୍ୱର୍ଣ୍ଣପ୍ରଭା ପ୍ରଧାନ, ତମିଆ ପଞ୍ଚାୟତ ସଂପାଦିକା ସସ୍ମିତା ମେହେରଙ୍କ ସମେତ ପାଟଣାଗଡ଼, ଖପ୍ରାଖୋଲ, ବେଳପଡା ଆଦି ବ୍ଳକ ଅଞ୍ଚଳର ସମସ୍ତ ସଭାପତି କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ବିଫଳତାକୁ ପାଥେୟ କରି ବିଭିନ୍ନ ସ୍ଳୋଗାନ ମାନ ଦେଇ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

20 + 20 =

error: Content is protected !!