pakka

ଦୁଇ ପରିବାରର ୨୫ ଜଣଙ୍କୁ ନିଆଁ ପାଣି ବାସନ୍ଦ : ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡିତ ପରିବାର

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଭିନ୍ନ ସରକାରୀ ଯେଜନା ସତ୍ୱେ ବଲାଙ୍ଗିର ଜିଲ୍ଲାରେ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର କମିବାର ନାଁ ନେଉନି । ମୁଖ୍ୟତଃ ବଲାଙ୍ଗିର ସଦର ଥାନା ଅଧୀନରେ ଥିବା ଗ୍ରାମମାନଙ୍କରେ ଆଦିବାସୀମାନଙ୍କୁ ବାରମ୍ବାର ନିଆଁ ପାଣି ବାସନ୍ଦ ଭଳି ଅମାନବୀୟ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହେଉଛି । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତର ତାଲଜୁରି ଗ୍ରମାରେ ଦୁଇଟି ପରିବାରର ପ୍ରାୟ ୨୫ ଜଣ ସଦସ୍ୟଙ୍କୁ ଗ୍ରାମର କିଛି ପ୍ରଭାବଶାଳୀ ବ୍ୟକ୍ତି ଗାଁରେ ନିଆଁ ପାଣି ବାସନ୍ଦ କରିଥିବା ନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଯେ, କିଛି ଦିନ ତଳେ ତାଲଜୁରି ଗ୍ରାମରେ ଆଦିବାସୀ ସଂଘ ତରଫରୁ ନୁଆଁଖାଇ ଭେଟଘାଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଗାଁର ଗଙ୍ଗା ଧରୁଆ ଓ ରାଜେନ୍ଦ୍ର ବରିହାଙ୍କ ପରିବାର ଅଂଶଗ୍ରହଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ବିନା ଅନୁମତିରେ କାହିଁକି ଅଂଶଗ୍ରହଣ କଲ ? ତମ ଆଦିବାସୀ ସଂଘ ବଡ ନାଁ ଆମେ ବଡ ବୋଲି କହି ଗ୍ରାମର ଧନଞ୍ଜୟ ବିଶ୍ୱାଲ, ତରୁଣ ପଟ୍ଟନାୟକ, ଶତୃଘନ ସାହୁ, ପ୍ରଶାନ୍ତ ସାହୁ, ଯୁବରାଜ ସାହୁ, ଗଦି ସାହୁ, ଜଗଦିଶ ପାତ୍ର, ବସୁ ସାହୁ, ଜଗବନ୍ଧୁ ସାହୁ ଗ୍ରମରେ ୨୮ ତାରିଖ ରାତିରେ କଙ୍ଗାରୁ କୋର୍ଟ ବସାଇ ବରିହା ଓ ଧରୁଆ ପରିବାରକୁ ନିଆଁ ପାଣି, ଦୋକାନ ବଜାର ବାସନ୍ଦ କରିଥିଲେ । ଏହା ସହ ଉଭୟ ପରିବାରକୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ବାସନ୍ଦ ନମାନିଲେ ଜୀବନରୁ ମାରିଦେବା ଓ ଘର ପୋଡିଦେବା ଧମକ ଦେଇଥିବା ତାଲଜୁରି ଗ୍ରାମର ଗଙ୍ଗା ଧରୁଆ ଓ ରାଜେନ୍ଦ୍ର ବରିହା ପରିବାରବର୍ଗ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସଦର ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଘଟଣା ଉପରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ ତଥା ଦୋଷୀଙ୍କ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଭୟ ପରିବାର ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି । ତେବେ ସଦର ଥାନା ପକ୍ଷରୁ ଏହି ଘଟଣାରେ ୭ ଜଣଙ୍କୁ ଅଟକ ରଖି ତଦନ୍ତ କରାଯାଉଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

14 + 18 =

error: Content is protected !!