pakka

ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୧୨ଟା ସମୟରେ ବଲାଙ୍ଗିର ସ୍ଥିତ କୋଶଳ କଳାମଣ୍ଡଳ ସ୍ଥିତ ଲାଇବ୍ରେରୀ ହଲରେ ଦେଓଗାଁ ବ୍ଲକ କଳା ସଂସ୍କୃତି ସଂଘ ତରଫରୁ ବ୍ଲକ୍ ଉପସଭାପତି ସୁଦାମ ଚରଣ ବିଶୀଙ୍କ ସଭାପତିତ୍ୱରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ ଶତପଥି ଓ ବରିଷ୍ଠ କିରାଣୀ ମଳୟ ତ୍ରିପାଠୀଙ୍କୁ ଅବସରକାଳୀନ ସମ୍ପର୍ଦ୍ଧନା ଅର୍ପଣ କରାଯାଇଥିଲା । ଉକ୍ତ ବୈଠକରେ ଗୁରୁ ଘାସିରାମ ମିଶ୍ର, ପରମାନନ୍ଦ ମାଝି ଯୋଗଦେଇ ବିଦାୟ ନେଇଥିବା ଶ୍ରୀଯୁକ୍ତ ଶତପଥି, ଶ୍ରୀଯୁକ୍ତ ତ୍ରିପାଠୀଙ୍କ କାର୍ଯ୍ୟକ୍ଷେତ୍ରର ଗୁଣାବଳିକୁ ମନେ ପକାଇଥିଲେ । ଶ୍ରୀମତୀ ସୁଚାରୁବାଲା ଦେବୀ, ଉପେନ୍ଦ୍ର ଥନାପତି, ବିଭୁ ରଣା, ଶ୍ରୀବତ୍ସ ସାହୁ, ଈଶ୍ୱର ଭୁଏ, ଡମ୍ବରୁ ଧରୁଆ, ସଦାନନ୍ଦ ବିଶି, ଧରଣୀଧର ନାୟକଙ୍କ ସହ ଅନେକ କଳାକାର ଯୋଗଦେଇଥିଲେ । ଶମ୍ଭୁ ଭୂଷଣ ବାଗ, ମନୋଜ କୁମ୍ଭୀରଙ୍କ କଳା ପ୍ରଦର୍ଶନ କରିଥିଲେ । ଶେଷରେ କଳା ସଂଗଠକ ବାସୁଦେବ ସା ଧନ୍ୟବାଦ୍ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

fifteen + 6 =