ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ସହ ଚାଷୀ ସମସ୍ୟା ସମାଧାନ କରିବା ପାଇଁ ୧୫ ଦଫା ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ବିଡିଓଙ୍କୁ ପ୍ରଦାନ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଏକ ଅନୁନ୍ନତ ଅବହେଳିତ ମରୁଡି ପ୍ରବଣ ବ୍ଳକ ହୋଇଥିବା ବେଳେ ଦାରିଦ୍ର୍ୟ , ଅନାହାର, ଅର୍ଧହାର, ବେରୋଜଗାର, ଦାଦନ ଶ୍ରମିକ, ବଢିବଢି ଚାଳିଛି । ୮୦% ଲୋକେ କୃଷି ଉପରେ ନିର୍ଭର କରନ୍ତି । କ୍ରମାଗତ ଭାବରେ ମରୁଡି, ଫସଲ ହାନୀ ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏହି ବ୍ଳକର ଜଳସେଚନ ବ୍ୟବସ୍ଥା ନାମକୁ ମାତ୍ର । ଏଭଳି ପରିସ୍ଥିତିରେ ଲୋକେ ଭୋକ ଉପାସରେ ବ୍ୟାକୁଳ ହୋଇଥିବା ବେଳେ ଏହି ବ୍ଳକକୁ କୃଷି ବିଭାଗ ଅଣଦେଖା କରି ମରୁଡି ଘୋଷଣା କରିନଥିବା ଅଭିଯୋଗ ହେଉଛି । ଆଜି ଯେଉଁ ଦାବୀପତ୍ର ଦେଇଥିଲେ ସେଥିରେ ଦାବୀ ଥିଲା କି ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ, ସମସ୍ତ ଚାଷୀମାନଙ୍କୁ ଋଣ ଛାଡ ସହ ଫିଜ ଛାଡ଼ କରାଯାଉ ଓ ନୂତନ ଋଣର ସୁବିଧା କରାଯାଉ, ସିଧାସଳଖ ମରୁଡି ହୋଇଥିବା ଯୋଗୁଁ ଚାଷୀକୁ ଏକର ପ୍ରତି ୨୫୦୦୦ ଟଙ୍କା ପ୍ରଦାନ କରାଯାଉ, ଧାନ ଫସଲ ନଷ୍ଟ ହେତୁ କପା ଚାଷରେ ୨୦୦୦ ଲେଖାଏଁ ବୋନସ ଦିଆଯାଉ । ରବି ଚାଷୀମାନଙ୍କୁ ସାର, ବିହନ ଠିକ୍ ଭାବରେ ଯୋଗାଇ ଦିଆଯାଉ, ଅଚଳ ହୋଇପଡିଥିବା ଉଠା ଜଳସେଚନ ନଳକୂପକୁ ଗଭୀର କରି ଠିକ୍ ପରିମାଣରେ ପାଣି ଯୋଗାଇବା ସହ ମାଗଣା ବିଦ୍ୟୁତ ଦିଆଯାଉ, ସ୍ଥାୟୀ ଉଠାଜଳସେଚନ କରିବା ସଙ୍ଗେ ସଙ୍ଗେ ପୁରୁଣା ବନ୍ଧ, କଟା, କୂଅକୁ ପୁନଃ ଉଦ୍ଧାର କରାଯାଉ, ସମସ୍ତ ପ୍ରକଳ୍ପ ଗୁଡିକକୁ ଯୁଦ୍ଧକାଳୀନ ଭିତ୍ତିରେ ଲଗାଯାଉ, ଖପ୍ରାଖୋଲ ବ୍ଳକରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରାଯାଉ, ବଲାଙ୍ଗିର ଜିଲ୍ଲାରେ ଥିବା ବିଜୟାନନ୍ଦ ଚିନିକଳକୁ ସରକାର ହାତକୁ ନେଇ ଚଲାନ୍ତୁ, ପ୍ରତ୍ୟେକ ଚାଷୀମାନଙ୍କୁ ପରିଚୟ ପତ୍ର ଦେବା ସହ ଚାଷୀ ପେନସନ ଯୋଜନା ତିଆରି କରାଯାଉ, ଓଡ଼ିଶାର ଉଠାଜଳସେଚନ ନିଗମ ଦ୍ୱରା କାର୍ଯ୍ୟକାରୀ ହେଉଥିବା ଗଭୀର ନଳକୂପ ଦିଆଯାଇଥିବା ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯାଉ, ଖପ୍ରାଖୋଲ ବ୍ଳକରେ ବିଗତ ବର୍ଷ ଚାଷୀମାନଙ୍କୁ ଦେଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା କାର୍ଯ୍ୟକାରୀ କରାଯାଉ, ମରୁଡି ସମୟରେ ବ୍ଳକରେ ଦୁଗ୍ଧ ଚାଷୀମାନଙ୍କୁ ରୋଜଗାର ଦେଉଥିବାରୁ ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ, ଗତ ବର୍ଷ ଉତ୍କଟ ସାର୍ ଅଭାବ ଦେଖା ଯାଉଥିବା ବେଳେ ଯେଉଁ କଳାବଜାରୀ ଚାଲୁଥିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ । ଏସବୁ ଦାବୀ ଯଦି ପୂରଣ ନ ହୁଏ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବଲାଙ୍ଗିର ଜିଲ୍ଲା କୃଷକ ସଂଗଠନ ସଭାପତି ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.