ଚୋରି ସୁନା ଅଳଙ୍କାର ଜବତ : ୪ କୋର୍ଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ତିନି ଜଣ ଚୋରଙ୍କ ସହ ଚୋରି ସୁନା ଅଳଙ୍କାର କିଣି ରଖିଥିବା ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଏକ ସୁନା ଶୋରିସିଆ ମାଳି ଜବତ କରାଯାଇଛି । ରମ୍ଭା ଥାନା ଇଲାକାର ଅଇଁଠାବଣ ଗ୍ରାମରୁ ତୋଫାନ ଦାସ, ଲାଉପୁଟ ଗ୍ରାମରୁ ରଘୁନାଥ ପ୍ରଧାନ, ପ୍ରଫୁଲ ପ୍ରଧାନ ତିନିଜଣ ଚୋର ଓ ଚୋରି ସାମଗ୍ରୀ କିଣି ରଖିଥିବା ରମ୍ଭା ପାନ୍ଥ ନିବାସ ରୋଡ଼ର ନିରଞ୍ଜନ ନାୟକଙ୍କୁ ଗିରଫ କରାଯାଇ ୪୭୪/୨୧ ପ୍ରକାରେ କେଶ ରୁଜୁ କରାଯାଇ କୋର୍ଟ ଫରୱାର୍ଡ କରାଯାଇଥିବା ଓ ଚୋରି କରିଥିବା ଚୋରମାନେ ଘୁଷୁରୀ ଚରାଳି ବୋଲି ଆଇଆଇସି ଦୀପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଗତ ୧୦ ତାରିଖ ବିଳମ୍ବିତ ରାତ୍ରରେ କାନ୍ତିଆଗଡ଼ ଗ୍ରାମର କାଳୁ ପଲାଇଙ୍କ ଘର ଭତରେ ସମସ୍ତେ ଶୋଇଥିବା ବେଳେ ମଝି ଘରେ ଥିବା ଏକ ଟିଣ ପେଢ଼ିକୁ ଘରେ ପଶି ଚୋରମାନେ ଉଠାଇ ନେଇ ଯାଇଥିଲେ । ସେଥିରେ ଥିବା ସୁନା ଅଳଙ୍କାରକୁ ଛାଡି ପେଢିଟିକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ।

Leave A Reply

Your email address will not be published.

2 × four =