pakka

ପଦ୍ମପୁର ଅଞ୍ଚଳ କଲେଜରେ ଶୋକସଭା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ସଭାଗୃହରେ ମହାବିଦ୍ୟାଳୟର ପୂର୍ବତନ ତଥା ପ୍ରଥମ ମୁଖ୍ୟ କିରାଣୀ ଲକ୍ଷ୍ମଣ ସାହୁଙ୍କ ବିୟୋଗରେ ଏକ ଶୋକସଭା ପାଳିତ ହୋଇଯାଇଛି । ଏହି ଶୋକସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକ ସ୍ବର୍ଗତ ସାହୁଙ୍କ ସ୍ମୃତିଚାରଣ କରିଥିଲେ । ତତ୍ପରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ତାଙ୍କର ଆମର ଆତ୍ମାର ସଦ୍‌ଗତି ସକାଶେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.

ten + two =