pakka

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ୨୦୨୧ ପ୍ରତିଯୋଗିତା : ଲୋକନୃତ୍ୟରେ ଝଲସିଲା ସାଂସ୍କୃତିକ ମଞ୍ଚ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ସୁବର୍ଣ୍ଣପୁର ଜିଲ୍ଲା କଳା ସଂସ୍କୃତି ସଂଘ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ୨୦୨୧ ପ୍ରତିଯୋଗିତା କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାସ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଗୁରୁତ୍ୱ ତଥା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏହି ପ୍ରତିଯୋଗିତା ୨୯/୦୯/୨୧ରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ୬ଟି ବ୍ଲକ ଓ ୨ଟି ପୌରାଞ୍ଚଳର ୮ଟି ବିଭିନ୍ନ ସାଂସ୍କୃତିକ ଦଳଭାଗ ନେଇଥିଲେ । ଅନୁଷ୍ଠିତ ଲୋକନୃତ୍ୟ ପ୍ରତିଯୋଗିତାରେ ବିନିକା ବ୍ଲକର ରୁମୁକୁଝୁମାନା ପ୍ରଥମ, କୃଷ୍ଣଗୁରୁ ଦଳ ବଡବଜାର, ସୋନପୁର ଦ୍ଵିତୀୟ, ଆଞ୍ଚଳିକ କଳାକେନ୍ଦ୍ର, ତରଭା ପୌରାଞ୍ଚଳ ତୃତୀୟ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରତିଯୋଗିତାରେ ବିଚାରକ ଭାବେ ନାଟ୍ୟ ଗଦାଧର ବାରିକ, ଯୁବ କଳାକାର ପ୍ରଦ୍ୟୁମ୍ନ ସାହୁ, ନୃତ୍ୟ ନିର୍ଦେଶକ ଚୌଧୁରୀ ବିଭାର, ଡ଼. ଇତିଶ୍ରୀ ଦାସ, ଇପ୍ସିତା ମିଶ୍ର ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ ।

Leave A Reply

Your email address will not be published.

3 + seventeen =