pakka

ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଚ୍ୟୁତରାମ ମେହେରଙ୍କ ବିୟୋଗରେ ଶୋକସଭା

kalikesh

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଅଚ୍ୟୁତ ରାମ ମେହେରଙ୍କ ଗତ ଶନିବାର ରାତିରେ ଦେହାନ୍ତ ହୋଇଯାଇଛି । ଶ୍ରୀ ମେହେର ଜଣେ ଉତ୍ସର୍ଗୀକୃତ ଏବଂ ଛାତ୍ର ବତ୍ସଳ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଅନୁଷ୍ଠାନରେ ସୋମବାର ଦିନ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଦୁଇ ମିନିଟ୍ ପାଇଁ ନିରବ ପ୍ରାର୍ଥନା ପୂର୍ବକ ଶ୍ରୀ ମେହେରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ଶୋକ ସଭାରେ ଅଧ୍ୟକ୍ଷ ବସନ୍ତ ମନହିରା, ପ୍ରାଧ୍ୟାପକ ବିମଳ କିଶୋର ସାହୁ, ଗୋବିନ୍ଦ ମେହେର, ଧୋବାଇ ଚରଣ ପଟେଲ, ରଞ୍ଜନ ପାଣିଗ୍ରାହୀ, ଦୁର୍ବାଦଳ ଘିବେଲା, ଶୁଭଶ୍ରୀ ସାହୁ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

sixteen + nineteen =