pakka

ଦେଓଗାଁରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା

kalikesh

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ମଙ୍ଗଳବାର ଦିନ ସକାଳ ସାଢ଼େ ୮ଟା ସମୟରୁ ବଲାଙ୍ଗିର ଠାରୁ ଗତ ସୋମବାର ଦିନ ବାହାରି ଥିବା ୨ଟି ଅହିଂସା ରଥ ମଧ୍ୟରୁ ଗୋଟିଏ ରଥ ଦେଓଗାଁ ବ୍ଲକକୁ ପରିକ୍ରମା କରିଥିବାରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଗତ ସୋମବାର ଦିନ ଗୁଡ଼ଭେଲା ବ୍ଲକ ତଥା ତୁଷୁରା ଏନଏସସି ପଟରୁ ବିଭିନ୍ନ ଗାଁକୁ ପରିକ୍ରମା କରି ଆସୁଥିବା ରଥ ମଙ୍ଗଳବାର ସକାଳେ ଦେଓଗାଁ ବ୍ଲକରେ ପହଞ୍ଚିଥିଲା । ଦେଓଗାଁ ବ୍ଲକ ତରଫରୁ ସାଲେପାଲି ଛକଠାରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ, ଦାୟିତ୍ୱରେ ଥିବା ବିଡିଓ ରାମଦତ୍ତ ଭୋଇ, ଏବିଇଓ ଅଜିତ ମିଶ୍ର ସ୍ୱାଗତ କରି ପାଛୋଟି ଆଣିଥିଲେ । ମାଳିପାଲି ସ୍କୁଲ ପକ୍ଷରୁ ସ୍କୁଲ ସମ୍ମୁଖରେ, ଜରାସିଂହା ଅଙ୍ଗନୱାଡି କେନ୍ଦ୍ର ପକ୍ଷରୁ ପାଟଖଣ୍ଡା ମନ୍ଦିର ସମ୍ମୁଖରେ ଜରାସିଂହା ନେତ୍ରଭାନୁ ହାଇସ୍କୁଲ ପକ୍ଷରୁ ହାଇସ୍କୁଲ ଛକରେ ବିପୁଳ ସମ୍ବନ୍ଧନା ଦିଆଯାଇଥିଲା । ସେହିପରି ଭଞ୍ଜପଡ଼ା ଛକ, ନୋଡାଲ ସ୍କୁଲରେ ସ୍ୱାଗତ କରିବା ପରେ ଦେଓଗାଁ ହାଇସ୍କୁଲରେ କିଛି ସମୟ ପାଇଁ ରଥକୁ ରଖାଯାଇ ଜନ ସଚେତନତା ସୃଷ୍ଟି କରିବା ସହ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ରଥକୁ ସ୍ୱାଗତ କରାଯାଇଥିଲା । ତାପରେ ଜାତୀୟ ରାଜପଥରେ ଥିବା ଦେଓଗାଁ ଡାକବଙ୍ଗଳାରେ କୁତୁର୍ଲା ଓ ହାତୀସରା ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେଓଗାଁ ତହସିଲଦାର, ଜରାସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶତୃଘ୍ନ ଘଡେଇ ପ୍ରମୁଖ ସହଯୋଗ କରିଥିଲେ । ଦେଓଗାଁ ବ୍ଲକରେ ଏହି ଅହିଂସା ରଥ ପରିକ୍ରମା କାର୍ଯ୍ୟକ୍ରମକୁ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

pp
Leave A Reply

Your email address will not be published.

five × 4 =