pakka

ପୁରାତନ ଛାତ୍ର ବିୟୋଗରେ ଶୋକସଭା

bbehera

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଦନପୁରର ପୁରାତନ ତଥା ମେଧାବୀ ଛାତ୍ର ଶକ୍ତି ପ୍ରସାଦ ଶତପଥୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତୁଷାରକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯିବା ସହିତ ତାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ତାଙ୍କରି ସ୍ମୃତିଚାରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦୀପୀକ୍ଷା ପଣ୍ଡା, ତନୁଶ୍ରୀ ମାଝୀ, ଅଶୋକ କୁମାର ନାୟକ, ବିଜୟ କୁମାର ଦାନୀ, ବୋମେଶ ଚୋପଦାର, ମହେନ୍ଦ୍ର ବେଶ୍ରା, ମଳୟ ରଞ୍ଜନ ବାଗ, ମାନସ କୁମାର ନାଏକ, ପ୍ରତାପ ଭୋଇ, ରଜନୀକାନ୍ତ ସାହୁ, ଶ୍ରୀକାନ୍ତ ବେହେରା, ସରୋଜ କୁମାର ଦାଶ, ସୁମନ୍ତ ନାଏକ, ମମିତା ମାଝୀ ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଏଠାରେ ସୂଚନାଥାଉ କି, ହରଗୌରୀ ମହାବିଦ୍ୟାଳୟ କୁଶୁର୍ଲାର ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀ ଏବଂ ମ.ରାମପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ମମତା କୁମାରୀ ତ୍ରୀପାଠୀଙ୍କ ଏକମାତ୍ର ପୁତ୍ର ଶକ୍ତି ପ୍ରସାଦ ଶତପଥୀଙ୍କର ଅଚାନକ ପରଲୋକ ହୋଇଛି । ସେ ଜଣେ ମେଧାବୀ ତଥା ଜଣେ ଶାନ୍ତ, ଶିଷ୍ଟ ଛାତ୍ର ଥିଲେ । ମଦନପୁର ଆଦର୍ଶ ବିଦ୍ୟାଳୟରେ ଦଶମ ପାସ୍‌ କରିବା ପରେ ସେ ସଂପ୍ରତି ପ୍ରଗତି ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିଲେ । ତାଙ୍କରି ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

seventeen − three =

error: Content is protected !!