pakka

ରାଜବୋଡାସମ୍ବର ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଶୋକସଭା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପ୍ରାଥମିକ ଶିକ୍ଷକ ଭବନଠାରେ ରାଜବୋଡାସମ୍ବର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଦାନନ୍ଦ ପୁରୋହିତଙ୍କ ପୌରାହିତ୍ୟରେ ସ୍ୱର୍ଗୀୟ ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ରବୀନ୍ଦ୍ର ରଣାଙ୍କ ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଗତକାଲି ତାଙ୍କର ମୃତ୍ୟୁ ଖବର ବୋଡାସମ୍ବର ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ତବ୍ଧ କରିଦେଇଥିଲା । ସେ ଜଣେ ମେଳାପୀ, ସରଳ ଓ ଅମାୟିକ ବ୍ୟକ୍ତିତ୍ୱ ଥିଲେ । ଶୋକସଭାରେ ରାଜବୋଡାସମ୍ବର ବ୍ଲକର ଅବସରପ୍ରାପ୍ତ ବିଇଓ ତ୍ରିବିକ୍ରମ ପାଣିଗ୍ରାହୀ, ଅବସରପ୍ରାପ୍ତ ଏସଆଇ ବିଜୟ କୁମାର ସାହୁ, ରଘୁନାଥ ପୁରୀ, ଘନଶ୍ୟାମ ପୁଞ୍ଜି, ମନୋଜ ପଣ୍ଡା, ବିନୋଦ ରଥ, ସରୋଜ ପ୍ରସାଦ ଷଡ଼ଙ୍ଗୀ, ବିବେକା ମହାପାତ୍ର ପ୍ରମୁଖ ସ୍ୱର୍ଗୀୟ ରଣାଙ୍କର ସ୍ମୃତିଚାରଣ କରିଥିଲେ । ଭରତ ସାହୁ, ଶାନ୍ତନୁ ସରାଫ, ମନୋଜ ସାହୁ, ଏଲିଜର ନାଗ, ପ୍ରଦୀପ ସାହୁ ଆଦି ବହୁ ଶିକ୍ଷକ ଏହି ସଭାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଶିକ୍ଷକ ଟିକନୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × three =