oom

ଲେବଡାରେ ମହାଲକ୍ଷ୍ମୀ ପୂଜା ପାଇଁ ୧୦୮ ମହିଳାଙ୍କ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ସଦର ମହକୁମା ସାହୁପଡ଼ାରେ ବୁଧବାରଠାରୁ ଅନୁଷ୍ଠିତ ହେବାକୁ ଥିବା ମାଁ ମହାଲକ୍ଷ୍ମୀଙ୍କ ପୂଜା ଉତ୍ସବ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମର ଶିବ ମନ୍ଦିର ପୋଖରୀରୁ ୧୦୮ମହିଳାଙ୍କ ଏକ ଭବ୍ୟ କଳସ ଶୋଭାଯାତ୍ରା ପୂଜାସ୍ଥଳ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ମହାଲକ୍ଷ୍ମୀ ପୂଜା ପାଇଁ ପୂଜକ ରୂପେ ସୁଦର୍ଶନ ପାଢୀ, କର୍ତ୍ତା ରୂପେ ଚନ୍ଦ୍ରମଣି ସାହୁ ଓ ତାଙ୍କ ଧର୍ମପତ୍ନୀ ଅନୁସୟା ସାହୁ ଦାୟିତ୍ଵରେ ଅଛନ୍ତି । ବୁଧବାର ପୂଜାରମ୍ଭ ସହ ପ୍ରତ୍ୟେହ ଲକ୍ଷ୍ମୀପୁରାଣ ପଠନ ଓ ଗୁରୁବାର ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆୟୋଜକ ମହାଲକ୍ଷ୍ମୀ ପୂଜା କମିଟି ସଭାନେତ୍ରୀ ହାସ୍ୟମୟୀ ସାହୁ, ସମ୍ପାଦିକା ପୁଷ୍ପାଞ୍ଜଳି ସାହୁ, କୋଷାଧ୍ୟକ୍ଷା ଯମୁନା ସାହୁଙ୍କ ସହ କମିଟି ସଦସ୍ୟ ଧବଳେଶ୍ଵର ସାହୁ, ଧିରମନ୍ ସାହୁ,ସଞ୍ଜୀବ ସାହୁ, ସୁଶାନ୍ତ କୁମାର ସାହୁ, ଦୀପକ ସାହୁ, ରମେଶ ସାହୁ, କପିଳେଶ୍ୱର ସାହୁ, ଅକୃର ସାହୁ, ସଚିନ ସାହୁ, ପ୍ରବୀଣ ସାହୁ, ସମସ୍ତ ସାହୁପଡାବାସୀ ଓ ଲେବଡା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।

jittmm
Leave A Reply

Your email address will not be published.