ପାଟଣାଗଡ଼ରେ ସନାତନ ଧର୍ମପ୍ରତି ହୋଇଥିବା ଅପମାନ ପ୍ରତିବାଦରେ ଟିଟିଲାଗଡର ସମସ୍ତ ବ୍ରାହ୍ମଣ ସମାଜ ତରଫରୁ ସ୍ୱାଭିମାନ ଶୋଭାଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛି ଦିନ ପୂର୍ବେ ପାଟଣାଗଡ ସହରର ଗୋଟିଏ ଛକଠାରେ ପ୍ରଭୁ ପର୍ଶୁରାମଙ୍କ ପ୍ରତିମାକୁ ହଟାଇ ସେହି ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ରାହ୍ମଣ ସମାଜ ତରଫରୁ ଏହାର ତୀବ୍ର ବିରୋଧ କରିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାର ପ୍ରତିବାଦ କରାଯାଉଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନିଜେ ପୁରି ସ୍ଵର୍ଗଦ୍ଵାରର ଉନ୍ନତିକରଣ ନିମନ୍ତେ ନିଜ ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମାଧି ହଟାଇ ଲୋକଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଥିବା ଖୋଦ୍ ଫାଇବ ଟି ସଚିବ ଭି କେ ପାଣ୍ଡିଏନ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଯେତେବେଳେ ପୁରୀ ସ୍ଵର୍ଗଦ୍ଵାରର ଉନ୍ନତିକରଣ କାର୍ଯ୍ୟ କରାଯାଉଥିଲା, ସେତେବେଳେ ସେହି ଡିଜାଇନରେ ଗୋଟିଏ ସ୍ଥାନରେ ସଙ୍କୁଚିତ କାହିଁକି ରହୁଛି ବୋଲି ପଚାରିଥିଲେ । ଅଧିକାରୀ ମାନେ ଏହା ଆପଣଙ୍କ ପିତା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ ଥିବାରୁ ଆମେ ଏହାକୁ ହଟାଇ ନାହୁଁ ବୋଲି ଉତ୍ତର ରଖିଥିଲେ । ଏହା ଶୁଣି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋ ବାପା ସାରା ଓଡ଼ିଶାବାସୀଙ୍କ ହୃଦୟରେ ରୁହନ୍ତି, ତାଙ୍କ ସମାଧି ରଖିବା ପାଇଁ କୌଣସି ସ୍ଥାନ ଦରକାର ନାହିଁ, ସେଠାରୁ ସମାଧି ଉଠାଇ ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତୁ ବୋଲି କହିଥିଲେ । ଗୋଟିଏ ପଟେ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ମନ୍ଦିର ତଥା ଧର୍ମ ରକ୍ଷା ନିମନ୍ତେ ମନ୍ଦିରମାନଙ୍କ ଉନ୍ନତି କରଣ କରାଉଥିବା ବେଳେ ପାଟଣାଗଡର ବିଜେଡି ବିଧାୟକଙ୍କ ଦଳୀୟ ଅନୁଗତ ହେବା ଲକ୍ଷ୍ୟରେ ପର୍ଶୁରାମଙ୍କ ପ୍ରତିମାକୁ ହଟାଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଖୁଦ୍ ମୁଖ୍ୟମନ୍ତ୍ରୀଙ୍କ କଥାକୁ କାଟିଲା ଭଳି ହେଲାନି କି ବୋଲି ପ୍ରଶ୍‌ଶ୍ନ କରିଛନ୍ତି । ଏହାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲାରେ ବ୍ରାହ୍ମଣ ସମାଜ ତରଫରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ସକାଳ ଏଗାରଟାରେ ଟିଟିଲାଗଡ ସହରର ସମସ୍ତ ବ୍ରାହ୍ମଣ ସମାଜ ଏକାଠି ହୋଇ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ଏକତ୍ରିତ ହୋଇ ଏକ ବିଶାଳ ସ୍ୱାଭିମାନ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଶୋଭାଯାତ୍ରାରେ ଟିଟିଲାଗଡ ବ୍ରାହ୍ମଣ ସମାଜର ସଭାପତି ବିଶ୍ଵନାଥ ଠାକୁର, ସମ୍ପାଦକ ବନମାଳି ଦାସ, ଚିନ୍ତାମଣି ମହାପାତ୍ର, ସଦସ୍ୟ ରାଜୁ ମିଶ୍ର, ବିଜୟ ମିଶ୍ର, ବୈରି ଗଞ୍ଜନ ମିଶ୍ର, ସୁବୋଧ ଦାସ, ରାଜୀବ ଲୋଚନ ପାଢୀ, ସେବକ ଚରଣ ଦାସ, ସୁନିଲ ଆଚାର୍ଯ୍ୟ, ପ୍ରଶାନ୍ତ ଷଡଙ୍ଗୀ, ଲିଙ୍ଗରାଜ ନାୟକ, ଆଲୋକ ନାୟକ, ଜଗମୋହନ ମିଶ୍ର, ପୂଜକ ବ୍ରହ୍ମ ସମାଜର ସଭାପତି ପଣ୍ଡିତ ଶଙ୍କର ଶର୍ମା, ସମ୍ପାଦକ ମାନସ ପାଣି, ଉପସଭାପତି ଟିକି ରଥ, ଉପଦେଷ୍ଟା ସଞ୍ଜୟ କୁମାର ନାୟକ, ଦେବୀ ପ୍ରସାଦ ଶର୍ମା, ଟିଟିଲାଗଡ ପର୍ଶୁରାମ ସେନାର ସଭାପତି ଆରୁଶ ଶର୍ମା, ସମ୍ପାଦକ ମିଣ୍ଟୁ ଶର୍ମା, ମୋହନ ଶର୍ମା, ମନୋଜ ଶର୍ମା, ଦିନେଶ ଶର୍ମା, ମାରୱାଡ଼ି ବ୍ରାହ୍ମଣ ସମାଜର ସଭାପତି ଦିନେଶ ଶର୍ମା, ନିରଞ୍ଜନ ଶର୍ମାଙ୍କ ସହ ବହୁ ବ୍ରାହ୍ମଣ ସଦସ୍ୟ ଯୋଗଦେଇଥିଲେ ।

Leave A Reply

Your email address will not be published.