pakka

ଲରମ୍ଭା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବର ପୂର୍ଣ୍ଣକଳସ ଶୋଭାଯାତ୍ରା

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଲରମ୍ଭା ପଞ୍ଚାୟତର ଲରମ୍ଭା ଗ୍ରାମରେ ମହାପ୍ରଭୁ ଜଗନ୍ନାଥ ଚତୁର୍ଦ୍ଧାମୁର୍ତିଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଗତକାଲି ପୂର୍ଣ୍ଣ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୁକତେଲ ନଦୀରୁ ପୂର୍ଣ୍ଣ କଳସ ଆଣାଯାଇ ପୂଜା ମଣ୍ଡପରେ ପୂଜାର୍ଚ୍ଚନା ସହ ସ୍ଥାପନ କରାଯାଇଥିଲା । ଏଥିରେ ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିବା ବେଳେ ତା ୬ ରୁ ୧୩ ଦିନ ପର୍ଯ୍ୟନ୍ତ ୯ ଦିନ ଧରି ଅନୁଷ୍ଠିତ ମନ୍ଦିର ପ୍ରତିଷ୍ଠା ଓ ଚବିଶ ପ୍ରହର ଅଖଣ୍ଡ ନାମ ଅଙ୍କୁରାରୋପଣ ପରେ ଶୁଭାଧିବାସ, କଳସ ଶୋଭାଯାତ୍ରା ଓ ଗ୍ରାମଦେବତୀ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯଜ୍ଞକୁଣ୍ଡରେ ଅଗ୍ନୀ ସଂଯୋଗ, ଗୋପୂଜା, ସୂର୍ଯ୍ୟପୂଜା, ମନ୍ଦିରାଧିବାସ, ନୂତନ ଦେବତା ନଗର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେହ ସନ୍ଧ୍ୟାରେ ସାଂସକୃତିକ କାର୍ଯ୍ୟକ୍ରମ ଓ ମୀନା ବଜାର ବସିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ସାନିଧ୍ୟ ଲାଭ କରିବା ପାଇଁ କମିଟି ଓ ଲରମ୍ଭା ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

five × three =