ଅତାବିରା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଇଁ କୋଭିଡ ହେଲ୍ପଲାଇନ ଜାରି କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ

ବରଗଡ, (ନିରଂଜନ ତ୍ରିପାଠୀ) : ବର୍ତ୍ତମାନ ବରଗଡ ଜିଲ୍ଲାରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଥିବା ହେତୁ ଅତାବିରା ନିର୍ବାଚନ ମଣ୍ତଳୀର ସମସ୍ତ ଜନସାଧାରଣଙ୍କ ସୁରକ୍ଷା ପାଇଁ କୋଭିଡ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗୀନି ଛୁରିଆ । ଏହି ସମୟରେ ଅନେକ ଲୋକ ମାର୍ଗଦର୍ଶନ ଅଭାବରୁ ଚିକିତ୍ସା ପାଇବାରୁ ଅବହେଳିତ ହେଉଥିବା ଖବରମାନେ ପ୍ରତିଦିନ ପ୍ରକାଶିତ ହେଉଅଛି । ଲୋକେ ଯେମିତି କୌଣସି ଜାଗାରେ ହଇରାଣ ନ ହୁଅନ୍ତୁ, ସେଥିପାଇଁ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି କର୍ମୀଙ୍କୁ ନେଇ ଏକ ୧୦ ଜଣିଆ ଦଳକୁ ନେଇ ହେଲ୍ପଲାଇନ ଜାରି କରିଛନ୍ତି । ଆପଣମାନେ ଏହି ମହାମାରୀ ସମୟରେ କୋଭିଡ ସମ୍ପର୍କୀୟ କୌଣସି ସମସ୍ୟା ପାଇଁ ଏହି ହେଲପଲାଇନରେ ଯୋଗଯୋଗ କରିପାରିବେ ବୋଲି କହିଛନ୍ତି ଶ୍ରୀମତୀ ଛୁରିଆ । ବିଧାୟିକାଙ୍କ ଏହି ପ୍ରୟାସକୁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି । ଏହା ସମସ୍ତ ବିଧାନସଭା ମଣ୍ଡଳୀ ପାଇଁ ପ୍ରେରଣାର ଉତ୍ସ ସାଜିବ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.