ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କଲେ ସାରା : କହିଲେ, ସୁଶାନ୍ତଙ୍କ ସହ ସ୍ମୋକିଂ କରୁଥିଲି

ମୁମ୍ବାଇ : ଅଭିନେତ୍ରୀ ସାରା ଅଲି ଖାନ ଏନ୍‌ସିବିର ପଚରା ଉଚରା ବେଳେ ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ସୁଶାନ୍ତଙ୍କ ସହ ସ୍ମୋକିଂ କରୁଥିଲି । ଶ୍ରଦ୍ଧା କପୁରଙ୍କ ଭଳି ସାରା ମଧ୍ୟ ନିଜକୁ ଡ୍ରଗ୍ସ ବିବାଦରୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିଛନ୍ତି । ଏନ୍‌ସିବି ପକ୍ଷରୁ ସାରାଙ୍କୁ ବିଭିନ୍ନ ରକମର ପ୍ରଶ୍ନ ପଚାରିଥିବା ବେଳେ ଡ୍ରଗ୍ସ ନେଉଥିବା ବିଷୟରେ ବେଶି ଜୋର୍‌ ଦିଆଯାଇଥିଲା । କିନ୍ତୁ ସାରା ଲଗାତାର ଏହା କହିଛନ୍ତି ଯେ, ସେ କେବେ ଡ୍ରଗ୍ସ ନେଇନାହାନ୍ତି ।
କୁହାଯାଉଛି ଯେ, ସାରା ଡ୍ରଗ୍ସ ନେବା କ୍ଷେତ୍ରରେ ନିଶ୍ଚୟ ଅସ୍ୱୀକାର କରିଛନ୍ତି । କିନ୍ତୁ ସେ ସ୍ୱୀକାର କରିଛନ୍ତି ଯେ, ସୁଶାନ୍ତଙ୍କ ସହ ସ୍ମୋକିଂ କରୁଥିଲେ । ସେ ଏହା ମଧ୍ୟ କହୁଛନ୍ତି ଯେ, କେଦାରନାଥ ଫିଲ୍ମ ସମୟରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ପାଖାପାଖି ହୋଇଥିଲେ । ସେହି ସମୟରେ ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ମଧ୍ୟ ଭଲ ଥିଲା । ଦୁଇ ଜଣ ମିଶି ସ୍ମୋକିଂ ମଧ୍ୟ କରୁଥିଲେ । କିନ୍ତୁ ରିୟା ଚକ୍ରବର୍ତ୍ତୀ ପୂର୍ବରୁ କହିଥିଲେ ଯେ, ସାରା ସୁଶାନ୍ତଙ୍କ ସହ ଡ୍ରଗ୍ସ ନେଉଥିଲେ । ତେବେ ରିୟାଙ୍କ ଏହି ଆରୋପ ପରେ ହିଁ ସାରା ଡ୍ରଗ୍ସ ମାମଲାରେ ଗୁନ୍ଥି ହୋଇଥିଲେ । ହେଲେ ଏବେ ସାରା ସଂପୂର୍ଣ୍ଣ ଅସ୍ୱୀକାର କରିଛନ୍ତି ଡ୍ରଗ୍ସ ନେଉଥିବା କଥାକୁ ।

Leave A Reply

Your email address will not be published.