oom

ମ.ରାମପୁର ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା

jsmm

ମ.ରାମପୁର, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସହର ସ୍ଥିତ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ମହାସମାରୋହର ପାଳିତ ହୋଇଯାଇଛି । ପ୍ରଥମେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି କରି ଅଣା ଯିବା ପରେ ରୀତିନୀତି ଅନୁଯାୟୀ ଭଗବାନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ମହାସ୍ନାନ କରାଯାଇଥିଲା । ଏଥିରେ କର୍ତ୍ତା ଭାବେ ମ. ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂଦେଓ ଯୋଗଦେଇଥିବା ବେଳେ ମୁଖ୍ୟ ପୂଜକ ଭାବେ ତ୍ରିଲୋଚନ ଦାସ ପୂଜା କାର୍ଯ୍ୟ ତୁଲେଇଥିଲେ । ସେବକ ଭାବେ ବ୍ରାହ୍ମଣ ସମାଜ ର ସଭାପତି ଶିବପ୍ରସାଦ ଶତପଥି, ପ୍ରଶାନ୍ତ ସାମନ୍ତରା, ଉଦ୍ଧବ ପଣ୍ଡା, ଶୋଭାକର ପୁରୋହିତ, ଅଶୋକ ତ୍ରିପାଠୀ, ମଳୟ ତ୍ରିପାଠୀ, ସନ୍ତୋଷ ପଣ୍ଡା, ପ୍ରକାଶ ପଣ୍ଡା, ଯୁଗଳ କିଶୋର ପ୍ରହରାଜ, ଗୋବିନ୍ଦ ଶତପଥୀ, ରାକେଶ ମହାଉତି କାର୍ଯ୍ୟ ତୁଲେଇ ଥିଲେ । ଜଗନ୍ନାଥ ପରିବାରର ସୁରେନ୍ଦ୍ର ସାହୁ, ଜୟ ସାହୁ, କେଦାର ମହାରଣା, ଜଗନ୍ନାଥ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ପ୍ରମୁଖ ପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଆୟୋଜନ କରିଥିଲେ ।

jittmm
Leave A Reply

Your email address will not be published.