pakka

କବୟିତ୍ରୀ ଜୟଶ୍ରୀ ମହାନ୍ତିଙ୍କ ସ୍ମୃତିଚାରଣ ସଭା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷୟିତ୍ରୀ ତଥା କବୟିତ୍ରୀ ଜୟଶ୍ରୀ ମହାନ୍ତିଙ୍କ ପ୍ରଥମ ସ୍ମୃତିଚାରଣ ସଭା ସେକ୍ଟର ୫ ଭଂଜଭବନ ନିକଟସ୍ଥ ଶ୍ରୀଅଭିରାମ ଯୋଗାଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସୁନାଫୁଲ ସାହିତ୍ୟ ସଂସଦର ସାଧାରଣ ସଂପାଦକ ସୁନିଲ କୁମାର ମହାନ୍ତିଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟିକ ତ୍ରିଲୋଚନ ମଥାନ ଯୋଗଦେଇ ସ୍ବର୍ଗତା ମହାନ୍ତିଙ୍କ କାବ୍ୟ କବିତା ଓ ତାଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟତମ ବକ୍ତାଭାବେ କବି ରାଜୀବ ପାଣି, ପ୍ରାବନ୍ଧିକ ଘନ ପରିଡା, କବିତା ଜେନା, ସୁସ୍ମିତା ମହାପାତ୍ର, ନିରୁପମା ପତି, ଗୌତମ ଦାସ ପ୍ରମୁଖ ଜୟନ୍ତୀଙ୍କ ସଂପର୍କରେ ଆଲୋଚନା କରିବା ସହ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ କବିତା ପାଠ କରିଥିଲେ । ସଭାପତିତ୍ବ କରୁଥିବା ଶ୍ରୀ ପତି ଓ ଅନ୍ୟ ଅତିଥି ଗଣ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ସାହିତ୍ୟ ପାଇଁ ମଣିଷ ସ୍ମରଣୀୟ ହୋଇଥାଏ । ସମସ୍ତଙ୍କୁ ଏକାଠି କରି ବାନ୍ଧି ରଖିବାରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସ୍ବର୍ଗତା ମହାନ୍ତି ଜଣେ ପ୍ରତିଭାଦୀପ୍ତ ସାହିତ୍ୟିକ ସହ ଜଣେ ଛାତ୍ରବତ୍ସଳ ଶିକ୍ଷୟିତ୍ରୀ ଥିଲେ । ଏହି ଅବସରରେ ତାଙ୍କ ରଚିତ ପୁସ୍ତକ ‘ଇଛାକଳ୍ପ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସ୍ବର୍ଗତା ମହାନ୍ତିଙ୍କ କନ୍ୟା ଶ୍ବେତଲିନା ଦାସ ମିଶ୍ର, ଶ୍ବେତପଦ୍ମା ଓ ଦେବଶ୍ରୀତା ମା’ଙ୍କ ଉଦ୍ଦେଶ୍ୟରେ କବିତା ପାଠ କରିଥିବା ବେଳେ ତାଙ୍କ ବାପା ଜୟ ଗୋପାଳ ମହାନ୍ତି, ସ୍ବାମୀ ନିରୋଦ କୁମାର ଦାସ, କଳ୍ପନା ନନ୍ଦ, ମହେନ୍ଦ୍ର ମିଶ୍ର, ଚିତ୍ତରଂଜନ ବ୍ରହ୍ମା, ଡଲିରାଣୀ ବ୍ରହ୍ମା ପ୍ରମୁଖ ସ୍ମୃତିଚାରଣ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥିଗଣ ଓ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ବର୍ଗତା ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଗୀତାଯଜ୍ଞ ଓ ଦୀପଯଜ୍ଞ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ବିଦ୍ୟାମନ୍ଦିରର ପ୍ରଧାନଚାର୍ଯ୍ୟ ସୁରେନ୍ଦ୍ର ନାଥ ଶତପଥୀ, ସହ ପ୍ରଧାନଚାର୍ଯ୍ୟ ସୂର୍ଯ୍ୟ ନାରାୟଣ ଦାଶ, ମମତା ମହାନ୍ତି, ରଶ୍ମିବାଳା ରାଉତରାୟ, ପ୍ରକାଶ ଚନ୍ଦ୍ର ସେଠୀ, ଉପେନ୍ଦ୍ର ବସ୍ତିଆ, ସଂଧ୍ୟାରାଣୀ ମହାନ୍ତି, ସ୍ନେହାଞ୍ଜଳି ରାଉତ, ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀ, ଅନୁରାଧା ଦାସ, ମଞ୍ଜୁବାଳା ମହାନ୍ତି, ମମତା ତରାଇ, ସରୋଜିନୀ ଜେନା, ଲଳିତ ବେହେରା, ଅଳକା ମହାନ୍ତି, ବିଭୁତିଭୂଷଣ ପଟ୍ଟନାୟକ, ସଂଧ୍ୟାରାଣୀ ପଟ୍ଟନାୟକ, ଇତିଶ୍ରୀ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ଦାସ, ନିର୍ମଳ ପଟ୍ଟନାୟକ, ଯତୀନ୍ଦ୍ର ଦାସ, ମନୋଜ ନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

four + nineteen =