pakka

ପ୍ରଭାକର ରଥ ସ୍ମୃତି ସମ୍ମାନ ପାଇବେ ଅନିଲ କୁମାର ନନ୍ଦ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଟିକ୍ରାପଡା ସ୍ଥିତ ଶ୍ରୀ ଦଧିବାମନ ମନ୍ଦିରଠାରେ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାଧିତଜନବନ୍ଧୁ ପ୍ରଭାକର ରଥ ଜନ୍ମ ଶତବାର୍ଷିକୀ ଉଦ୍‌ଯାପନୀ ସମାରୋହ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୪୭ ଥର ରକ୍ତଦାନ କରିଥିବା ତଥା ସାମାଜିକ କର୍ମୀ ଅନିଲ କୁମାର ନନ୍ଦଙ୍କୁ ପ୍ରଭାକର ରଥ ସ୍ମୃତି ସେବା ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହା ଛଡା ବଲାଙ୍ଗିରର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୦ ଜଣ ମହାନୁଭବଙ୍କୁ ବଲାଙ୍ଗିରର ବିଶିଷ୍ଟ ନାଗରିକ ସମ୍ମାନ ପ୍ରଦାନ କରାଯିବ । ସେମାନେ ହେଲେ ଡା. ଜ୍ୟୋସ୍ନାମୟୀ ମହାପାତ୍ର, ସୌଦାମିନୀ ଉଦ୍‌ଗାତା, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ. ଘାସିରାମ ମିଶ୍ର, ସତ୍ୟବନ୍ତ ବେଦ୍‌ବାଗ, ନିଳମଣି ମିଶ୍ର, ପ୍ରାଣବନ୍ଧୁ ନାୟକ, ବିକ୍ରମାନନ୍ଦ ବହିଦାର, ନରସିଂହ ପ୍ରସାଦ ଗୁରୁ ଓ ଦିବଂଗତ ଚୈତନ୍ୟ ଦାସ ଠାକୁର । ଉକ୍ତ ବୈଠକରେ ରଂଜିତା ମିଶ୍ର, ନିହାରିକା ମିଶ୍ର, ତପସ୍ୱିନୀ ପସାୟତ, ରୀନାରାଣୀ ମିଶ୍ର, କସ୍ତୁରୀ ରଥ, ଡା. ସନ୍ଧ୍ୟାରାଣୀ ପଣ୍ଡା, ମାଳତି ଉଦ୍‌ଗାତା, ଚୁଡେନ୍ଦ୍ର କୁମାର ବେହେରା, ବଳିଷ୍ଠ ପଧାନ, ଡା. ଗୋଦାବରିଶ ରଥ, ଡା. ଅଶୋକ କୁମାର ସେଠୀ, ଧୀରେନ୍ଦ୍ର ନାରାୟଣ ସିଂହଦେଓ, ରଘୁନାଥ ମିଶ୍ର, ଶୁଭେନ୍ଦ୍ର ନେପାକ, ଅରୁଣ ଖୁଆସ, ରତ୍ନମୟ ତ୍ରିପାଠୀ, ଦୁର୍ଗା ଚରଣ ସାହୁ, ହୃଷିକେଶ ପୁରୋହିତ ଓ ମଦନ ମୋହନ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 × 5 =

error: Content is protected !!