pakka

ଆସନ୍ତା ୨୦୨୨ ସୁଦ୍ଧା ବଲାଙ୍ଗିର-ସୋନପୁର ରେଳ ଚଳାଚଳ ଆରମ୍ଭ ହେଉ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସହ-ସଂପାଦକ ପ୍ରଭାକର ମିଶ୍ର ବିଗତ ଅଧିବେଶନର ବିବରଣୀ ପଠନ କରିଥିଲେ ଏବଂ ତାହା ଅନୁମୋଦନ ଲାଭ କରିଥିଲା । ପଶ୍ଚିମ ଓଡିଶାରେ ରେଳପଥର ବିସ୍ତାର ତଥା ରେଳଯାତ୍ରୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ପାଇଁ ବ୍ୟକ୍ତିଗତ ସ୍ତରରେ ପ୍ରଚେଷ୍ଟା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସଭାରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ସମ୍ବଲପୁର – ଟିଟିଲାଗଡ ଦୋହରିକରଣ ରେଳପଥରେ ଯଥାଶୀଘ୍ର ରେଳ ଚଳାଚଳ ସୁବ୍ୟବସ୍ଥିତ କରିବା ପାଇଁ ସଭାରେ ଆଶାବ୍ୟକ୍ତ କରାଯାଇଥିଲା । କେବଳ ଜମି ଅଧିଗ୍ରହଣ ବିଳମ୍ବିତ ହେଉଥିବାରୁ ବଲାଙ୍ଗିର ଖୋର୍ଦ୍ଧା ରେଳପଥ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ନ ପାରୁଥିବାରୁ ଏ ଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ଉପସ୍ଥିତ ସଭ୍ୟବୃନ୍ଦ ମତପ୍ରକାଶ କରିଥିଲେ । ସ୍ଥାନୀୟ ରେଳ ଷ୍ଟେସନରେ ବରିଷ୍ଠ ନାଗରିକ, ମହିଳା ତଥା ଦିବ୍ୟାଙ୍ଗମାନଙ୍କର ଯାତାୟତର ସୁବିଧା ପାଇଁ ଲିଫ୍ଟ ବ୍ୟବସ୍ଥା କରିବାକୁ ଅନେକ ଦିନରୁ ଦାବୀ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଏ ନେଇ ତଥା ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସମ୍ବଲପୁର ରେଳମଣ୍ଡଳର ଅଧିକାରୀଙ୍କୁ ଜଣାଇବା ପାଇଁ ବୈଠକରେ ସ୍ଥିର କରାଗଲା । ସଂଘର ସାଧାରଣ ଅଧିବେଶନ ପାଇଁ ଆସନ୍ତା ବୈଠକରେ ସମୟ ନିର୍ଦ୍ଧାରଣ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଡିଆର୍‌ୟୁସିସି ସଭ୍ୟ ବିକ୍ରମାନନ୍ଦ ବହିଦାର, ଉପସଭାପତି ପର୍ଶୁରାମ ନାୟକ, କମିଟି ସଭ୍ୟ ବୃନ୍ଦାବନ ବରାଳ, ମନରଂଜନ ପୁରୋହିତ, ନାରାୟଣ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ସଭ୍ୟ ପ୍ରସନ୍ନ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

seventeen − seven =

error: Content is protected !!