shyamal

ସାଇବର ଅପରାଧ ଓ ସଚେତନତା ବିଷୟରେ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପି.ପି. ଏକାଡେମୀ ଅଡିଟୋରିୟମରେ ମାହେଶ୍ୱରୀ ସାମାଜିକ ସଂଗଠନ ତରଫରୁ ସାଇବର ଅପରାଧ ଓ ସଚେତନତା ବିଷୟରେ ଗତକାଲି ଅପରାହ୍ନ ୪ ଘଣ୍ଟା ସମୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବକ୍ତା ଭାବେ ବରିଷ୍ଠ ଆଇନଜ୍ଞ ଅମରେନ୍ଦ୍ର ମିଶ୍ର, ଡିଏସ୍‌ପି ଏଲେସ୍କିୟସ କ୍ରିସପୋଟା, ସାମ୍ବାଦିକ ଅଖିଳ ଚନ୍ଦ୍ର ହୋତା ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ମାହେଶ୍ୱରୀ ଉପଦେଷ୍ଟା ବ୍ୟାସଦେବ ନନ୍ଦଙ୍କ ସଭାପତିତ୍ୱରେ ସଭା ପରିଚାଳିତ ହୋଇଥିଲା ଏବଂ ମାହେଶ୍ୱରୀ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସ୍ୱାଗତ ଭାଷଣ ଦେବା ସହ ମାହେଶ୍ୱରୀର ବିଭିନ୍ନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ର ଛାତ୍ରୀ ଓ ଯୁବଗୋଷ୍ଠୀ ଯୋଗଦେଇ ବକ୍ତାମାନଙ୍କଠାରୁ ସାଇବର ଅପରାଧ ଓ ସଚେତନତା ବିଷୟରେ ଶୁଣିବା ସହ ବକ୍ତାମାନଙ୍କୁ ଅନେକ ପ୍ରଶ୍ନ ମଧ୍ୟ ପଚାରିଥିଲେ । ମାହେଶ୍ୱରୀର ଅନ୍ୟତମ ଉପଦେଷ୍ଟା ଡ. ଲଳିତ କୁମାର ସାହୁ ସଭାକୁ ସାଫଲ୍ୟ ମଣ୍ଡିତ କରିବା ଉଦ୍ଦେଶ୍ୟରେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

purusottam
Leave A Reply

Your email address will not be published.