pakka

ବଲାଙ୍ଗିର ଦିନ୍‌ର ସ୍ମରଣୀକା ପାଇଁ ଲେଖା ଆବଶ୍ୟକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତବର୍ଷ ପରି ଏ ବର୍ଷ ମଧ୍ୟ ବଲାଙ୍ଗିର ଦିନ୍‌ ଭାବେ ଧୁମ୍‌ଧାମ୍‌ରେ ପାଳନ କରାଯିବ । ପୂର୍ବ ବର୍ଷ ପରି ସମସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ଏଥର ମାଁ, ମାଟି, ମହକ ଓ ଅସ୍ମିତାକୁ ନେଇ ଏକ ସ୍ମରଣିକା ପ୍ରକାଶ ପାଇବ । ସ୍ମରଣିକା ପ୍ରସ୍ତୁତି ପାଇଁ ଏକ ବିଶେଷ କମିଟି ମଧ୍ୟ ପ୍ରସ୍ତୁତ କରାଯାଇଛି । ସେହି କମିଟିରେ ସଂପାଦକ ଭାବେ ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ଓ ସହସଂପାଦକ ଭାବେ ସମାଜ ପ୍ରତିନିଧି ବିଭୁ କଲ୍ୟାଣ ଗଡତିଆଙ୍କୁ ମନୋନୀତ କରାଯାଇଛି । ଏହି ସ୍ମରଣିକାର ବିଷୟ ବସ୍ତୁ ବଲାଙ୍ଗିରର କଳା, ସଂସ୍କୃତି, ଐତିହ, ଇତିହାସ ଓ ପରମ୍ପରା ମଧ୍ୟରେ ସିମିତ ରହିବ । ସ୍ମରଣିକାରେ ଲେଖା ପ୍ରକାଶ କରିବା ପାଇଁ ଇଚ୍ଛୁକ ବ୍ୟକ୍ତି ଅକ୍ଟୋବର ମାସ ୧୫ ତାରିଖ ସୁଦ୍ଧା ଉପରିସ୍ଥ ବିଷୟବସ୍ତୁ ଉପରେ ୨୫୦ ଶବ୍ଦ ବିଶିଷ୍ଟ ଲେଖା ପଠାଇବେ । ଲେଖା ପଠାଇବାର ଠିକଣା : [email protected] । ଯୋଗାଯୋଗ – ମୋ.-୯୪୩୭୧୫୧୦୬୨, ୯୪୩୯୯୪୬୬୧୭ ବୋଲି ବଲାଙ୍ଗିର ଦିନ୍‌ କମିଟିର ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ ସୂଚନା ଦେଇଥିବା ବେଳେ ସଂପାଦକ ପ୍ରଶାନ୍ତ ମହାକୁର ମାଟିର ମହକ ବଜାୟ ରଖୁ ଥିବା ଭଳି ବଛା ବଛା ଲେଖା ଯଥାଶୀଘ୍ର ପଠାଇବାକୁ ଲେଖକ/ଲେଖିକାମାନଙ୍କୁ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

18 − 14 =