pakka

ପୁରୁଣା ପେନସନ ଦାବୀ ନେଇ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି

bbehera
  • ୧୫ ଅକ୍ଟୋବର ବ୍ଲକ ସ୍ତରରେ ଓ ୨୯ ଅକ୍ଟୋବର ଜିଲ୍ଲାସ୍ତରରେ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଲେଜ ଛକ ବଲାଙ୍ଗିରଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର ଜିଲ୍ଲା ସଭାପତି ଶିତୋଷ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଗତକାଲି ଏକ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୧୪ଟି ବ୍ଲକର କର୍ମକର୍ତ୍ତା ଯୋଗଦେବା ସହିତ ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା କର୍ମକର୍ତ୍ତା, କନିଷ୍ଠ ଶିକ୍ଷକ ସଂଘର ଜିଲ୍ଲା କର୍ମକର୍ତ୍ତା ଯୋଗଦେଇ ସରକାରଙ୍କ ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବାକୁ ମତ ପ୍ରକାଶ କରିଥିଲେ । ୨୦୦୫ ପୂର୍ବରୁ ନିଯୁକ୍ତ ସରକାରୀ କର୍ମଚାରୀ ପେନସନ ପାଇବା ପାଇଁ ହକ୍‌ଦାର ଥିବା ବେଳେ ହଠାତ୍‌ ସରକାର ୨୦୦୫ ପରେ ଚାକିରି କରୁଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନସନ ଯୋଜନା କାର୍ଯ୍ୟକାରୀ କରିବା ଦୁର୍ଭାଗ୍ୟଜନକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଭାରତବର୍ଷର ବିଭିନ୍ନ ରାଜ୍ୟ ଯଥା ରାଜସ୍ଥାନ, ଛତିଶଗଡ, ଝାରଖଣ୍ଡ, ପଂଜାବର କର୍ମଚାରୀଙ୍କ ଆବେଗକୁ ବିଚାର କରି ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରଣା ପେନସନ ଯୋଜନା ଲାଗୁ କରିଛନ୍ତି । ସରକାରୀ କର୍ମଚାରୀ ସରକାରର ଗୋଟିଏ ଅଙ୍ଗ । ପେନସନ ସେମାନଙ୍କର ଅଧିକାର । ପୁରୁଣା ପେନସନରୁ ସେମାନଙ୍କୁ ବଂଚିତ କରି ନୂତନ ପେନସନ ଯୋଜନା ପ୍ରଚଳନ ସରକାରଙ୍କ ଏକ ଷଡଯନ୍ତ୍ର ଅଟେ । ନୂତନ ପେନସନ ଯୋଜନା କର୍ମଚାରୀଙ୍କ ପାଇଁ ଏକ ଲଲିପପ୍‌ ବୋଲି ଚର୍ଚ୍ଚା ହେଉଛି । ନୂତନ ପେନସନ ଯୋଜନାରେ ଅବସରପ୍ରାପ୍ତ କର୍ମଚାରୀ ନିଜର ଗଚ୍ଛିତ ଟଙ୍କା ଯୋଗୁଁ ମାତ୍ର ୬୦୦ରୁ ୧୮୦୦ ଟଙ୍କା ପାଇବା କେତେ ଦୂର ଯୁକ୍ତିଯୁକ୍ତ ଏବଂ ସରକାରଙ୍କର ଏ ସଂପର୍କରେ ଭୂମିକା ଏକ ବିରାଟ ପ୍ରଶ୍ନବାଚୀ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି ହୋଇଛି । ସରକାରଙ୍କ ଏଭଳି ବୈମାତୃକ ସିଦ୍ଧାନ୍ତ ୨୦୦୫ ପରେ ସରକାରୀ କର୍ମଚାରୀଙ୍କୁ ହତୋତ୍ସାହିତ କରିବା ସହିତ ସରକାର ପୁରୁଣା ପେନସନ ନ ଦେଲେ ଆନ୍ଦୋଳନକୁ ଜୋରଦାର ଓ ବ୍ୟାପକ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଏ ପରିପ୍ରେକ୍ଷୀରେ ୧୪ଟି ବ୍ଲକରେ ୧୫ ଅକ୍ଟୋବରରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଏବଂ ୨୯ ଅକ୍ଟୋବରରେ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଜରିଆରେରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଆଇନମନ୍ତ୍ରୀ ଓଡିଶାଙ୍କୁ ଦାବୀପତ୍ର ପ୍ରଦାନ କରାଯିବ ବୋଲି ସଂଘର ସଭାପତି ଶିତୋଷ କୁମାର ପାଣିଗ୍ରାହୀ, ସଂପାଦକ ଚକାନନ୍ଦ କମ୍ପ, କାର୍ଯ୍ୟକାରୀ ସଭାପତି କରୁଣାକର ପଟେଲ, ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଜୟନ୍ତିଲାଲ ସାହୁ, କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ତ୍ରିପାଠି, କନିଷ୍ଠ ଶିକ୍ଷକ ସଂଘର ସଭାପତି ରାୟଦତ୍ତ ବିଶ୍ୱାଲ, ସଂପାଦକ ସଂଜିବ ସାହୁ ଏବଂ ଦେବକାନ୍ତ ମେହେର, ସୁଶିଲ ପୋଢ, ମୋହନ ସାହୁ, ଆଶିଷ ସିଂଭୋଇ, କୋଶରାଜ ବେହେରା ଓ ଅମର ବାଗ ଆଦି ପ୍ରେସ ବିବୃତିରେ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

7 + 20 =