pakka

ଓଡିଶା ଫାର୍ମାସିଷ୍ଟ ସେବା ସଂଘ ତରଫରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପ୍ରାଙ୍ଗଣର ଏମ୍‌ସିଏଚ୍‌ ବିଲଡିଂର ସମ୍ମିଳନୀ କକ୍ଷ ଠାରେ ଓଡିିଶା ଫାର୍ମାସିଷ୍ଟ ସେବା ସଂଘ ତରଫରୁ ବିଶ୍ୱ ଫାର୍ମାସିଷ୍ଟ (ଭେଷଜ ବିଜ୍ଞାନ) ଦିବସ ପାଳନ କରାଯାଇଛି । ଉକ୍ତ ସଭାରେ ସଂଘର ସଭାପତି ରାଧାମାଧବ ମିଶ୍ର ସଭାପତିତ୍ୱ କରିଥିଲେ ଓ ସଂଘର ସାଧାରଣ ସଂପାଦକ ଚିଦାନନ୍ଦ ବେହେରା ସଭା ପରିଚାଳନା କରିବା ସହ ଫାର୍ମାସିଷ୍ଟ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ । ବରିଷ୍ଠ ସଭ୍ୟ ଶୁଭେନ୍ଦ୍ର କୁମାର ନେପାକ, କୋଷାଧ୍ୟକ୍ଷ ବିକାଶ କୁମାର ପଟେଲ, ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଥିବା ସଭ୍ୟ ଗଣ ଓ ଟ୍ରେନିଂ ନେଉଥିବା ଫାର୍ମାସିଷ୍ଟ ଛାତ୍ର ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ଉତ୍ସବ ପାଳନ କାର୍ଯ୍ୟସୂଚୀ ଅନୁସାରେ କେକ୍‌ କଟାଯାଇ ସଭ୍ୟମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସଭା ଶେଷରେ ସଂଘର ଯୁଗ୍ମ ସମ୍ପାଦକ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

fourteen + one =