pakka

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ସୀତାକାନ୍ତ ଭୋଇ ଗତକାଲି ରବିବାର ଦିନ ନିଜ କନସିଂହା ସ୍ଥିତ ବାସ ଭବନରେ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୭୦ ବର୍ଷ ବୟସ ହେଉଥିବା ବେଳେ ସେ ଅସୁସ୍ଥତା କାରଣରୁ ଦୀର୍ଘ ଦିନ ହେଲା ଶଯ୍ୟାଶାୟୀ ଥିଲେ । ପଦ୍ମପୁର ବଡ଼ପଡା ସ୍ଥିତ ଲାଲ୍‌ବହାଦୁର ଶାସ୍ତ୍ରୀ ପ୍ରାଥମିକ ବିଦ୍ୟାଳୟରେ ସେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନେବା ପରେ ସ୍ୱର୍ଗତ ଭୋଇ ସ୍କୁଲକୁ ଏକ ସମ୍ମାନଜନକ ଓ ପ୍ରତିଷ୍ଠିତ ସ୍କୁଲ ଭାବରେ ଗଢି ତୋଳିଥିଲେ ଏବଂ ୧୯୯୩ ମସିହାରେ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ମାନଜନକ ରାଜ୍ୟପାଳ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ସେ ତାଙ୍କ କର୍ମମୟ ଜୀବନ ସମୟରେ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ରହିବା ସହ ପଦ୍ମପୁର ଅଞ୍ଚଳରେ ବଡ ଆଜ୍ଞା ଭାବରେ ଜନମାନସରେ ବେଶ ଭଲ ଭାବରେ ପରିଚିତ ଥିଲେ । ୨୦୧୦ ମସିହାରେ ସେହି ଲାଲବାହାଦୂର ଶାସ୍ତ୍ରୀ ସ୍କୁଲରୁ ଅବସର ନେବା ପରେ ନିଜ ପୈତୃକ ଗ୍ରାମ କନସିଂହାରେ ରହୁଥିଲେ । ଗତକାଲି ତାଙ୍କ ଦେହବସନର ଖବର ପ୍ରଚାରିତ ହେବା ପରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ପାଇଁ ଆସିଥିଲେ । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସୋମବାର ସକାଳେ କନସିଂହାଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ଏକମାତ୍ର ପୁଅ ପ୍ରମୋଦ ମୁଖାଗ୍ନି ଦେଇଥିଲେ ।

jay balangir
Leave A Reply

Your email address will not be published.

1 × three =