pakka

ତହଁକ କୁଟୁମ୍‌ର ନୂଆଁଖାଇ ଭେଟ୍‌ଘାଟ୍‌

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିବତଲା ତହଁକ କୁଟୁମ୍‌ ତରଫରୁ ମହାସମାରୋହରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ଶିବତଲାର ମା’ ସମଲେଇଙ୍କ ଠାରେ ପୂଜାର୍ଚ୍ଚନା ପରେ ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶିବତଲା ସରପଂଚ ଶୁଭଶାନ୍ତି ମାଝି, ଗ୍ରାମ୍ୟ କମିଟି ସଭାପତି ଛବିଲ ପୂଜାରୀ, ହରଗୌରୀ ସୌଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନର ନବୀନ ସାହୁ, ଗାଁ ଗୌନ୍ତିଆ ରିଙ୍କୁ ଦାସ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ନିରଞ୍ଜନ ପଣ୍ଡା ଯୋଗ ଦେଇ ଆମ ଅଂଚଳର ସାହିତ୍ୟ ଏବଂ କଳାର ପ୍ରଚାର ପ୍ରସାର ସଂଗେ ଲୁକ୍କାୟିତ ପ୍ରତିଭାକୁ ତହଁକ କୁଟୁମ୍‌ ଆଗକୁ ନେବା ପାଇଁ ଅଣ୍ଟାଭିଡି ପ୍ରୟାସ କରୁଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ବରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି ଏବଂ ବଲାଙ୍ଗିରରୁ ଶତାଧିକ କବି ଏବଂ କଳାକାର ଯୋଗ ଦେଇ ନିଜର ସାହିତ୍ୟ ପରିବେଷଣ କରିଥିଲେ । ସବିତା ମହରା, ସଂଯୁକ୍ତା ନାଏକ ଏବଂ ରବିଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ୱାଗତ ଭାଷଣ ଅର୍ଜୁନ କୁମାର ସାହୁ, ଉଦ୍ଦେଶ୍ୟ ଜ୍ଞାପନ, ତହଁକ୍‌ ସମ୍ପାଦକ ରାଜେଶ ଦଣ୍ଡସେନା ଏବଂ ଦିଲିପ କୁମାର ମିଶ୍ର ସଭା ସଂଯୋଜନା କରିଥିଲେ । ହୋଲିଶ୍ୱର ଧରୁଆ, ଗିରିଧାରୀ ମାଝି, ସନ୍ତୋଷ କୁମାର ଧରୁଆ, ସୋମନାଥ ପଟେଲ, କବିତା ମିଶ୍ର, ପ୍ରଭାସିନି ଭୋଇ, କୁମରମଣି ସାହୁ, ଅକ୍ରୁର ବାଗ, ଦୁର୍ବାଦଳ ଖେତି ସହଯୋଗ କରିଥିଲେ । ଶେଷରେ ରାଜିବ ପ୍ରସାଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

5 × four =