oom

ଟିଟିଲାଗଡରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଶୀତଳଷଷ୍ଠୀ ଯାତ୍ରା

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ୨୪ତମ ଶୀତଳଷଷ୍ଠୀ ଯାତ୍ରା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ୨୪ ବର୍ଷରେ ପଦାର୍ପଣ କରିଥିବା ଏହି ଯାତ୍ରା ଆୟୋଜକ କମିଟିର ଆବାହକ ଶୁଭ୍ରାଂଶୁ ଦାସଙ୍କ ତତ୍ତ୍ଵାବଧାନରେ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ବର ପିତାମାତା କାନ୍ତ ଖର୍ସେଲ ଓ କନକ ଖର୍ସେଲ ଓ କନ୍ୟା ପିତାମାତା ରମେଶ ବଛା ଓ ତୁଳସୀ ବଛା ନିଜ ବନ୍ଧୁ ବାନ୍ଧବ ଓ ଭକ୍ତଙ୍କ ସହ ବିବାହ ମଣ୍ଡପରୁ ବାହାରି ଏକ ବିରାଟ ଶୋଭାଯାତ୍ରାରେ ଧବଳେଶ୍ଵର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଧବଳେଶ୍ୱର ମନ୍ଦିର ନିକଟ ପ୍ରହରୀ ମଣ୍ଡପ ଠାରେ ହଜାର ହଜାର ଭକ୍ତଙ୍କୁ ଆୟୋଜକ କମିଟି ପକ୍ଷରୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହି ଯାତ୍ରାକୁ ସଫଳ ରୂପାୟନ କରିବାରେ ସଭାପତି ଶ୍ରୀପତି ସାହୁ, ସମ୍ପାଦକ ସୁଧୀର ଘଡେ଼ଇ, କୋଷାଧ୍ୟକ୍ଷ ପ୍ରଭାକର ସରାଫ, ସଦସ୍ୟ ଗୋବିନ୍ଦ ସାହୁ, ନାରାୟଣ ସାହୁ, ଧଳା କାହୁଁ ବୁଡେକ୍, କାର୍ତ୍ତିକ ନାୟକ, ସୁଧୀର ଆଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ କମିଟିର ସଦସ୍ୟ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.