ଟିଟିଲାଗଡରେ ୨୩ତମ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ବର ଏବଂ କନ୍ୟା ପିତାମାତା ନେଲେ ସଂକଳ୍ପ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡରେ ୨୩ତମ ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ କମିଟିର ଆବାହକ ତଥା ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ୱରେ ହାଟପଦାପଡ଼ା ଭାଗବତ ମନ୍ଦିର ସ୍ଥିତ ବିବାହ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କିପରି ଧୁମ୍‌ଧାମ୍‌ରେ ଏହି ମହୋତ୍ସବକୁ ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା । କନ୍ୟା ପିତାମାତା ଭାବେ ନିରାକାର ସରାଫ ଏବଂ ସପତ୍ନୀ ରଶ୍ମିତା ସରାଫ ଏବଂ ବର ପିତାମାତା ଭାବେ ସତ୍ୟନାରାୟଣ ବାଗ ସପତ୍ନୀ ମାଳତୀ ବାଗ ସଂକଳ୍ପ ନେଇଛନ୍ତି । ଏହି ବୈଠକରେ କମିଟି ଆବାହକ ଶୁଭ୍ରାଂଶୁ ଦାସ, ସଭାପତି ଶ୍ରୀପତି ସାହୁ, ସଂପାଦକ ସୁଧିର ଘଡେଇ, କମିଟିର ବରିଷ୍ଠ ସଦସ୍ୟ ଲିଙ୍ଗରାଜ ସାହୁ, କୃଷ୍ଣ ଚନ୍ଦ୍ର ସରାଫ, ଗୋରୀ ପଟ୍ଟନାୟକ, ପ୍ରଫୁଲ୍ଲ ବୁଡେକ୍, ବିଶିକେଶନ ବେହେରା ଓ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

13 + eleven =