ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ପାଇଁ ଶାନ୍ତିପଡ଼ାରେ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ପାଇଁ ବଲାଙ୍ଗିର ଶାନ୍ତିପଡ଼ାରେ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମଧ୍ୟ ଯୋଗଦାନ କରି କଳସ ଧାରଣ କରିଥିବା ବେଳେ ଶାନ୍ତିପଡ଼ା ତଥା ଆଖପାଖ ଅଂଚଳର ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଏଥିରେ ସାମିଲ୍‌ ହୋଇଥିଲେ । ଗତ ୧୨ ତାରିଖ ଦିନ ସଂଧ୍ୟାରେ ଶାନ୍ତିପଡ଼ାରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ପାଇଁ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ପୂର୍ବାହ୍ନରେ ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ ସମ୍ମୁଖରେ ନିର୍ମିତ ଗଣେଶ, ହନୁମାନ ଏବଂ ଶନି ମନ୍ଦିରରେ ବିଗ୍ରହ ସ୍ଥାପନ ସହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅପରାହ୍ନ ୩ ଘଟିକାରୁ ଆରମ୍ଭ ହେବ ନାମଯଜ୍ଞ । ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା ହୋଇଥିବା ବେଳେ ଶାନ୍ତିପଡ଼ାରୁ ସିଆର୍‌ପିଏଫ୍‌ ମୁଖ୍ୟାଳୟକୁ ଯାଇଥିବା ରାସ୍ତାରୁ ଏହି ଅବସରରେ ଲାଗିଛି ମୀନାବଜାର । ଦୀର୍ଘ ୩ ଦିନ ଧରି ଉତ୍ସବମୁଖର ହୋଇଉଠିବ ଶାନ୍ତିପଡ଼ା । ଏଥିପାଇଁ ଶାନ୍ତିପଡ଼ାବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଅଂଚଳର ପ୍ରତ୍ୟେକ ପରିବାରଙ୍କ ଏଥିରେ ଯୋଗଦାନ ରହିଥିବା ବେଳେ ଟାଇଗର୍‌ ୟୁଥ୍‌ କ୍ଲବ୍‌ର ସଦସ୍ୟମାନେ ସଫଳତାର ସହ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞକୁ ସଫଳ କରିବା ପାଇଁ ସଂପୂର୍ଣ୍ଣ ଦାୟିତ୍ୱ ବହନ କରିଛନ୍ତି ।

Leave A Reply

Your email address will not be published.

1 × 2 =