pakka

ଆଜିଠୁ ପ୍ରବଳ ଶୀତରେ ଥରିବ ୫ ଜିଲ୍ଲା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିଛି । ବରଗଡ଼, ଅନୁଗୋଳ, ଭବାନୀପାଟଣା, ଫୁଲବାଣୀ, ଟିଟିଲାଗଡ଼, ପାରଳାଖେମୁଣ୍ଡି ଆଦି ଅଞ୍ଚଳରେ ଭୋର୍‌ ସମୟରେ ଘନ କୁହୁଡ଼ି ଦେଖାଯାଉଛି । ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଅନୁଗୋଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ଲାଗି ରହିବ । ସର୍ବନିମ୍ନ ତାପମାତ୍ରା ଆଗାମୀ ୩ ଦିନ ମଧ୍ୟରେ ୩ରୁ ୪ ଡିଗ୍ରୀ ସେଲସିୟସ ଯାଏ ଖସିବ । ପ୍ରବଳ ଶୀତ ନେଇ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମ ଓଡ଼ିଶାର ୫ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି । ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାରେ ଶୀତ ଲହରୀ ଜାରି ରହିବ । ଏ ନେଇ ୩ରୁ ୬ ତାରିଖ ସକାଳ ୮ଟା ୩୦ ଯାଏ ୟେଲୋ ୱାର୍ନିଂ ଜାରି ହୋଇଛି ।

Leave A Reply

Your email address will not be published.

six + 19 =