csstore

ବିଜେଡି କର୍ମୀଙ୍କ କଂଗ୍ରେସରେ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ମିର୍ଦ୍ଧାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଅଗାଁ ଗ୍ରାମର ବରିଷ୍ଠ ବିଜେଡି କର୍ମୀ ପୂର୍ବତନ ୱାର୍ଡ ମେମ୍ବର ମଟିଆ ଜାଲ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଆଦର୍ଶ ଏବଂ ତାଙ୍କ ଉନ୍ନୟନାଭିମୁଖୀ କାର୍ୟ୍ୟକ୍ରମରେ ଆସ୍ଥା ପ୍ରକଟ କରି ଆଜି ସନ୍ଧ୍ୟାରେ ଶ୍ରୀ ମିଶ୍ରଙ୍କ ବାସଭବନରେ କଂଗ୍ରେସରେ ଯୋଗଦାନ କରିଛନ୍ତି । ସଦର ବ୍ଲକ କଂଗ୍ରେସର ବିଧାୟକ ପ୍ରତିନିଧି କିଶୋର ସିଂ ନିନା, ତପନ ପାଣିଗ୍ରାହୀ, ଜଗନ୍ନାଥ ପ୍ରଧାନ, ଅରୁଣ ଦଳାଇ, ପିଙ୍କୁ ପଟେଲ, ଦେବ ନାଏକ, ରୀତେଶ ବେହେରା, ଟୁନା ବେହେରା, ହରିବୋଲ ରାଉତ, କାନ୍ତ ଦଳାଇ, ଶାନ୍ତନୁ ସାଏ, ନିରଞ୍ଜନ ନାଏକ, ସନ୍ତୋଷ ଖଡିସୋର, ବୈକୁଣ୍ଠ ଅଦାବରିଆ, ଧନଞ୍ଜୟ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଜାଲଙ୍କ ଯୋଗଦାନରେ ମିର୍ଦ୍ଧାପାଲି ଗ୍ରାମ ପଞ୍ଚାୟତ ଆହୁରି ସୃଦୃଢ ହେବା ସହ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଆଶା ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.