pakka

୫ ମାସ ହେଲା ଅଚଳ ପଡ଼ିଛି ପାନୀୟ ଜଳ ପ୍ରକଳ୍ପ : ଶୀଘ୍ର ମରାମତି ନ କଲେ ଆନ୍ଦୋଳନକୁ ଓହ୍ଲାଇବେ ଯୁବନେତା ଦେବେନ୍ଦ୍ର ସାହୁ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଦର ଗ୍ରାମ ଯୋଖିପାଲିର ଲିଟିପାଲି ରାସ୍ତା କଡରେ ଥିବା ଗଭୀର ନଳକୂପ ଦୀର୍ଘମାସ ଧରି ଅଚଳ ହୋଇପଡିଛି ଯାହାଦ୍ୱାରା ୨ ନମ୍ବର ୱାର୍ଡବାସୀ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏହି କାମ କେଉଁ ବିଭାଗ ଦ୍ୱାରା ହୋଇଛି ଏବଂ କେତେ ଟଙ୍କା କାର୍ଯ୍ୟ ହୋଇଛି ତାହା ମଧ୍ୟ ସୂଚନା ଫଳକ ମାଧ୍ୟମରେ ପ୍ରକାଶ କରାଯାଇନଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମର ସଚେତନ ନାଗରିକଗଣ କ୍ଷୋଭ ପ୍ରକାଶ କରିଛନ୍ତି । ରାଜ୍ୟରେ “ମୋ ସରକାର” ଏବଂ “୫ଟି” ପ୍ରଚଳିତ ଥିବା ବେଳେ ଲୋକଙ୍କୁ ଏଭଳି ଅନ୍ଧାରରେ ରଖିବା କେତେଦୂର ଯୁକ୍ତିଯୁକ୍ତ ତାହା ଉପରେ ସ୍ଥାନୀୟ ଲୋକମାନେ ପ୍ରଶ୍ନ ଉଠାଉଛନ୍ତି । ଗ୍ରାମର ଯୁବନେତା ଦେବେନ୍ଦ୍ର ସାହୁ ଏହି ନଳକୂପକୁ ଶୀଘ୍ର ମରାମତି କରିବା ପାଇଁ ବିଜେପୁର ବ୍ଲକ ପ୍ରଶାସନକୁ ଦାବୀ କରିଛନ୍ତି । ଶୀଘ୍ର ଏହି କାର୍ଯ୍ୟ ନ କଲେ ଆନ୍ଦୋଳନ କରିବେ ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.

thirteen + eight =