pakka

ନୂତନ ବର୍ଷରେ କଳାକାର ବୈଠକ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲିଠାରେ ଦଧିବାମନ କଳାକାର ସଂଘ ପକ୍ଷରୁ ବ୍ଲକ ସ୍ତରୀୟ କଳାକାର ସମାବେଶ ଅନୁଷ୍ଠିତ ହୋଇଛି । ଆଜି ଅନୁଷ୍ଠିତ ବୈଠକରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ଅଧକ୍ଷ ଚୈତନ୍ୟ ପାଇକ, ସମ୍ପାଦକ ଗୋପବନ୍ଧୁ ପୁରୋହିତ, ମିଳିତ କଳାକାର ମଞ୍ଚର ସଭାପତି ଶଙ୍କର ପଟ୍ଟନାୟକ, ବରିଷ୍ଠ କଳାକାର ଗାନ୍ଧୀ ବାରିକ୍ ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ଥିବା ଯୁବ ଓ ବରିଷ୍ଠ କଳାକାର ସଂପର୍କରେ ଆଲୋଚନା କରାଯାଇଥିଲା । ଅନେକ ଲୁକ୍କାୟିତ ପ୍ରତିଭାଙ୍କୁ ମହାସଂଘ ମାଧ୍ୟମରେ ଲୋକଲୋଚନକୁ ଆଣିବା ଏବଂ ବରିଷ୍ଠ କଳାକାରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.

2 × three =