csstore

ଦକ୍ଷିଣ ଭୋଗରାଇ ଶାଖା ପକ୍ଷରୁ ଦୁଇ ଦିନିଆ ୩୯ତମ ଶିଶୁ ଉତ୍ସବ ଅନୁଷ୍ଠିତ

ଭୋଗରାଇ : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଦକ୍ଷିଣ ଭୋଗରାଇ ଶାଖା ପକ୍ଷରୁ ଦୁଇ ଦିନିଆ ୩୯ତମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଭୋଗରାଇ ହେରମ୍ବଚନ୍ଦ୍ର ସରକାରୀ ହାଇସ୍କୁଲ ପରିସରରେ ଆୟୋଜିତ ଏହି ଦୁଇ ଦିନିଆ ଶିଶୁ ଉତ୍ସବରେ ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକକ ଅଭିନୟ, କଣ୍ଠ ସଙ୍ଗୀତ, ଏକକ ନୃତ୍ୟ, ମିଳିତ ନୃତ୍ୟ, ବୁଦ୍ଧି ପରୀକ୍ଷା, ସାଧାରଣ ଜ୍ଞାନ, ଗଳ୍ପ ଲିଖନ, କବିତା ଲିଖନ, ତର୍କ, ଚିତ୍ରାଙ୍କନ ଓ ଆବୃତ୍ତି ଆଦି ସମୁଦାୟ ୧୧ ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ଭୋଗରାଇର ୨୯ ଗୋଟି ହାଇସ୍କୁଲର ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ପ୍ରତ୍ୟେକ ବିଭାଗରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ସଂଘ ପକ୍ଷରୁ ପ୍ରଶଂସାପତ୍ର ଓ ଦୁର୍ଗା ଦାସ ଫାଉଣ୍ଡେସନ ପକ୍ଷରୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା ।

jayashree
Leave A Reply

Your email address will not be published.