କ୍ରୀଡା ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ମଙ୍ଗଳବାର ୧୦ ଘଣ୍ଟା ସମୟରେ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥ କ୍ଲବ ଏବଂ ବ୍ରହ୍ମପୁର ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ କ୍ଲଷ୍ଟରସ୍ତରୀୟ କ୍ରୀଡା ମହୋତ୍ସବ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଉମାକାନ୍ତ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ କିପରି ଗ୍ରାମାଞ୍ଚଳର ଲୁକ୍କାୟିତ ଯୁବ ପ୍ରତିଭାମାନେ ଅଧିକରୁ ଅଧିକ ଯୋଗଦେଇ ସେମାନଙ୍କ କ୍ରୀଡା ନୈପୂଣ୍ୟ ପ୍ରଦର୍ଶନ କରିବେ ସେ ସମ୍ପର୍କରେ ପ୍ରାଥମିକତା ରହିଥିଲେ । ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ କବାଡି, ଭଲିବଲ, କ୍ରିକେଟ, ହାଇଜମ୍ପ, ଲଙ୍ଗଜମ୍ପ, ଦୌଡ଼ି ଡିଆଁ, ସଟଫୁଟ୍‌ ଥ୍ରୋ, ଡିସ୍କସ୍‌ ଥ୍ରୋ, ୨୦୦, ୪୦୦, ୮୦୦ ମିଟର ଦୌଡ଼ ପ୍ରତିଯୋଗିତା ଆୟୋଜିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହାର ସୁପରିଚାଳନା ନେଇ ଆଲୋଚନା ହୋଇଥିଲା । ଅନୁଷ୍ଠାନ ସମ୍ପାଦିକା ବିଜୟଲକ୍ଷ୍ମୀ ମହାକୁଡ଼, ଉପସଭାପତି ରାକେଶ କୁମାର ନାୟକ, ସହସମ୍ପାଦକ ସୁଦର୍ଶନ ପାଢ଼ୀ ଉପସ୍ଥିତ ରହି କ୍ରୀଡା ମହୋତ୍ସବର ରୂପରେଖ ଉପସ୍ଥାପନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶବର କୁମାର ତରାଇ, ସୁଧୀର କୁମାର ପାଢ଼ୀ, ରାକେଶ ରଞ୍ଜନ ଦାସ, ନୀଳାଞ୍ଚଳ ବାରିକି, ବିଦ୍ୟାଧର ସାହୁ, ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ନିରଞ୍ଜନ ପରିଡା, କେ. ରଜନୀ କାନ୍ତ ରେଡି, କୃଷ୍ଣ ଚନ୍ଦ୍ର ଦାଶ, ପପୁ ପଣ୍ଡା, ହରିହର ବାରିକ ପ୍ରମୁଖ ଗଞ୍ଜାମ ପ୍ରେସ୍‌ କ୍ଲବ, ଗଞ୍ଜାମ ସାଂସ୍କୃତିକ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

one × 4 =