ମାୟାବର୍ହା ହାଇସ୍କୁଲରେ ଶିଶୁ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ଭବ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ, ନନ୍ଦିଘୋଷ ବାରିକ, ସ୍ନିଗ୍ଧା ପ୍ରଧାନ, ଶିଶୁ ଅତିଥି ଦଶମ ଶ୍ରେଣୀର ଛାତ୍ରୀ ଶିତୁ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ଶିଶୁ ଦିବସର ମହତ୍ତ୍ଵ ବିଷୟରେ ମତବ୍ୟକ୍ତ କରିଥିଲେ । ବ୍ଲକ୍‌ସ୍ତରୀୟ ସୁରଭୀ ଓ ବିଜ୍ଞାନ ସେମିନାର ତଥା କ୍ଵିଜ୍‌ରେ କୃତିତ୍ୱ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ନବମ ଶ୍ରେଣୀର ଛାତ୍ରୀ ଜନନୀକା ନାଏକ ଏବଂ ଅର୍ଚ୍ଚିତା ପଧାନ ସାମଗ୍ରିକ ଭାବରେ ସଂଯୋଜନା କରିଥିଲେ । ଛାତ୍ରୀ ଲିପ୍ସା ଜୁଆଡି, ମୁସ୍କାନ ସାହୁ, ପ୍ରିନ୍ସ ବାଗ, ବଳରାମ, କ୍ରିସ, ଟିକେଶ୍ୱରି, ଶୁଭଶ୍ରୀ, ଦିବ୍ୟାସା, ନିରୁପମା ପ୍ରମୁଖ ନିଜସ୍ଵ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ର ପ୍ରତି ପୂଜାର୍ଚ୍ଚନା କରାଯାଇଥିଲ । ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଶେଷରେ କିରଣ ପଟେଲ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

nineteen − 3 =