ମା’ର ମୃତ୍ୟୁ ପରେ ବୃଦ୍ଧବୃଦ୍ଧା ପାଖରେ ରହିଲେ ୨ ଶିଶୁ

ତୁରେକେଲା, (କୈଳାସ ସଗ୍ରିଆ) : ମା’ର ମୃତ୍ୟୁ ପରେ ବୃଦ୍ଧବୃଦ୍ଧା ପାଖରେ ରହିଲେ ୨ ଶିଶୁ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡାଲପୁରି ଗାଁର ମନୁ ନାଏକ (୬୩) ଭାନୁମତୀ ନାଏକ (୬୨) ଆଦିବାସୀ ସମ୍ପ୍ରଦାୟର ଗଣ୍ଡ ଜାତୀୟ ବୃଦ୍ଧ ବୃଦ୍ଧା ଅଟନ୍ତି । ପ୍ରାୟ ଏକ ବର୍ଷ ହେବ ନିଜ ବୋହୂ ପୂର୍ଣ୍ଣିମା ନାଏକ ସିକିଲିନ୍ ରୋଗରେ ଆକ୍ରାନ୍ତ ହୋଇ ହଠାତ୍ ଦୁଇ ଶିଶୁ ଲକ୍ଷେଶ୍ୱର ନାଏକ (୩) ଓ ଟିକମନ ନାଏକ (୧)କୁ ଛାଡି ଆରିପାରିକୁ ଚାଲିଗଲେ । ବର୍ତ୍ତମାନ ଏହି ଦୁଇ ଶିଶୁ ବୃଦ୍ଧବୃଦ୍ଧାଙ୍କ ପାଖରେ ରହିଛନ୍ତି । ବୃଦ୍ଧ ବୃଦ୍ଧା ଦୈନିକ କୁଲିମଜୁରି କାର୍ଯ୍ୟ କରି ନିଜ ପରିବାର ଭରଣ ପୋଷଣ କରିଥାନ୍ତି । ଏହି ବୃଦ୍ଧବୃଦ୍ଧା ଅନେକ ଥର ସରପଞ୍ଚ, ମେମ୍ବର ଓ ବ୍ଲକର ଦ୍ଵାରସ୍ତ ହୋଇ ଭତ୍ତା ଦିଆଯିବା ନିମନ୍ତେ ନିବେଦନ କରିଥିଲେ ମଧ୍ୟ ଏଯାଏଁ ଭତ୍ତା ପାଇବାରେ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି । ତେବେ ଉକ୍ତ ଦୁଇ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଗଲେ ଓ ବୃଦ୍ଧବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦିଆଗଲେ ସୂଚାରୁରୂପେ ଏହି ବୃଦ୍ଧବୃଦ୍ଧା ତାଙ୍କର କାର୍ଯ୍ୟ ତୁଲାଇ ପାରନ୍ତେ ବୋଲି ଦାବୀ ହେଉଛି ।

Leave A Reply

Your email address will not be published.