csstore

ଶିଶୁ କିଶୋର ପତ୍ରିକା ‘ଚନ୍ଦର୍‌ଉଦିଆଁ’ର ବାର୍ଷିକ ଉତ୍ସବ

ବରଗଡ, (କେପିଏନ୍‌ଏସ୍‌) : ସୋହେଲା ଶିଳ୍ପ ବିକାଶ ପ୍ରକାଶନ ତରଫରୁ ପ୍ରକାଶିତ ହୋଇ ଆସୁଥିବା ସମ୍ବଲପୁରୀ ଭାଷାର ଶିଶୁ କିଶୋର ପତ୍ରିକା ‘ଚନ୍ଦର୍‌ଉଦିଆଁ’ର ଦ୍ୱିତୀୟ ବାର୍ଷିକ ଉତ୍ସବ ଶ୍ରୀରାମ କଲେଜଠାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟାପକ ଟେକଚାନ୍ଦ ଦୁଆନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁପ୍ରଭା ସାମଲ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଉତ୍ପନ୍ନ ଭୋଇ, ସମ୍ମାନିତ ଅତିଥି ଭାବେ ଡ. ରବିନାରାୟଣ ସାହୁ, ମଞ୍ଜୁଲତା ଖାଡ଼ଙ୍ଗା ଯୋଗଦେଇ ଶିଶୁ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଏହି ଅବସରରେ ଅତିଥିମାନେ “ଚନ୍ଦର୍‌ଉଦିଆଁ”ର ଜାନୁୟାରୀ ସଂଖ୍ୟା, ଡ. ସୁବାସ ମେହେରଙ୍କ ରଚିତ “ଆସ ଧରମା ଭୁତ” ବହିକୁ ଉନ୍ମୋଚନ କରିଥିଲେ । ଶିକ୍ଷକ କେଦାରନାଥ ସାହୁଙ୍କ ସଂଯୋଜନାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ବିକାଶ ଚନ୍ଦ୍ର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କବି ତଥା ଚିତ୍ରଶିଳ୍ପୀ ଗୌରଚରଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ କବିତା ଆସରରେ କବି ଲଲିତ ବାରିକ ସଂଯୋଜନା କରିଥିଲେ । କବି ରାଜେଶ କାରିଆ, ଶେଖ ଜଲିଲ, ଡିଲେ ।ଶ୍ୱର ସାହୁ, ଉମେଶ ପଧାନ, ଧନପତି ମାଝି, ଜଟାଧାରୀ ପଧାନ, ଯୁବରାଜ ସାହୁ, ମାନସ ଦାଶ, ବନମାଳୀ ସାହୁ, ଦିଲ୍ଲୀପ ସାହୁ, ବିଦ୍ୟାଧର ସା, ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସ୍ଥାନୀୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ସହ ନୃତ୍ୟ ପରିବେଷଣ କରିଥିଲେ ।

jayashree
Leave A Reply

Your email address will not be published.