om academy

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ‘ନୂଆ-ଓ’ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ଆଲୋଚନା

jsm

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୁଣ୍ଡୁକେଲାସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ‘ନୂଆ-ଓ’ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବସନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଆହୂତ ଏହି ଉତ୍ସବରେ ଅନ୍ତଃରାଷ୍ଟ୍ରୀୟ ଜଗନ୍ନାଥ ଚେତନା ପରିଷଦର ସଭ୍ୟ କବି ଭିକାରୀ ଚରଣ ଚୌଧୁରୀ ମୁଖ୍ୟବକ୍ତା ତଥା ବିଶିଷ୍ଟ ସାହିତ୍ୟିକ ଗୋପକୃଷ୍ଣ ନାୟକ ଓ ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସୁଆର ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ସର୍ବଧର୍ମ ସମନ୍ୱୟର ପ୍ରତୀକ ଶ୍ରୀଜଗନ୍ନାଥ ଓ ବିଶ୍ୱଚେତନାରେ ଜଗନ୍ନାଥ ସଂସ୍କୃତିର ଉପଯୋଗୀତାକୁ ନେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ନୋଡାଲ ଅଫିସର୍ ଅଧ୍ୟାପିକା ପ୍ରଣତି ବେହେରା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଓଡ଼ିଆ ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ଶ୍ରୀଜଗନ୍ନାଥ ଚେତନା ଉପରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ଐତିହ୍ୟ ଭିତ୍ତିକ ଏକ ଆକର୍ଷଣୀୟ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା । ଅଧ୍ୟାପକ ବିଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପିକା ପ୍ରତିଭା ତନ୍ତୀ, ଅଧ୍ୟାପିକା ରଶ୍ମୀରେଖା ସାହୁ, ଅଧ୍ୟାପିକା ଅରୁଣା ଭୋଇ, ଅଧ୍ୟାପକ ଜଳଧର ପାଣିଗ୍ରାହୀ, ଅଧ୍ୟାପକ ଉମାଶଙ୍କର ଧର, ଅଧ୍ୟାପକ ଶିବ ନାରାୟଣ ଦତ୍ତ, ଅଧ୍ୟାପକ କିରଣ କୁମାର, ଅଧ୍ୟାପକ ପ୍ରୀତମ ପଟେଲଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲେ ।

Leave A Reply

Your email address will not be published.