csstore

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେବାପା ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେବାପା ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ସୁଚିତ୍ରା ବେହେରାଙ୍କ ଦୀପ ପ୍ରଜ୍ୱଳନ ପରେ ଛାତ୍ରୀମାନଙ୍କ ସ୍ୱାଗତ ସଙ୍ଗୀତ ପରେ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ଓଡ଼ିଶା ବିଦ୍ୱତ ପରିଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ଯୋଗଦେଇ ଶିଶୁ ସର୍ବାଙ୍ଗୀନ ଉନ୍ନତି ତଥା ଶିଶୁମାନଙ୍କୁ ଠିକ ଭାବରେ ଗଢ଼ି ତୋଳିବାରେ ଜେଜେବାପା ଜେଜେମାଆଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ମହିମା ଧର୍ମର ପ୍ରବର୍ତ୍ତକ ବିନୋଦ ବ୍ରହ୍ମଚାରୀ ଯୋଗଦେଇ ପ୍ରବଚନ ଦେଇଥିଲେ । ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଡାକ୍ତର ସମୀର ମେହେର ବୃଦ୍ଧାବସ୍ଥାରେ ଶରୀରର ଯତ୍ନ ବିଷୟରେ ବୁଝାଇ ଥିଲେ । ସଭାପତି ପୃଥିରାଜ ସାହୁ ମଞ୍ଚାସୀନ ଥିବା ବେଳେ ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଚୈତନ୍ୟ ଭୋଇ ଗୁରୁଜୀ ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୩୫୦ ଜଣ ଜେଜେବାପା ଜେଜେମାଆ ଉପସ୍ଥିତ ଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jayashree
Leave A Reply

Your email address will not be published.