ଓଡ଼ିଶାର ଶିରିଷ ଚନ୍ଦ୍ର ମୁର୍ମୁ ହେଲେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର

ଭୁବନେଶ୍ୱର : ଶିରିଷ ଚନ୍ଦ୍ର ମୁର୍ମୁ ହେଲେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର । କେନ୍ଦ୍ର ସରକାର ଓଡ଼ିଶାର ଶିରିଷ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ଆରବିଆଇର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଥିବା ମୁର୍ମୁ, ୮ ଅକ୍ଟୋବରରେ ମିଆଦ ଶେଷ ହେଉଥିବା ଏମ୍‌ ରାଜେଶ୍ୱର ରାଓଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ । ମନ୍ତ୍ରୀମଣ୍ଡଳର ନିଯୁକ୍ତି କମିଟି ତାଙ୍କୁ ୯ ଅକ୍ଟୋବର କିମ୍ବା ତା’ପରେ ଯୋଗଦେବା ତାରିଖଠାରୁ ତିନି ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।

Leave A Reply

Your email address will not be published.