pakka

ସିନାପାଲି ବ୍ଲକ ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଲସାପଡା ଠାରେ ସିନାପାଲି ବ୍ଲକ ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ସ୍ୱାଗତ କେନ୍ଦୁମୁଣ୍ତା ଆଞ୍ଚଳିକ କେନ୍ଦ୍ର ଯାଦବ ସମାଜର ସମ୍ପାଦକ ଗଣେଶ ପୋଡ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ସମାଜ ସଭାପତି ଲମ୍ୱୋଦର ନିଆଲ ଯୋଗଦାନ କରିଲେ । ସମ୍ମାନିତ ଅତିଥି ଭାବେ ଛତିଶଗଡ଼ର ଚାରିଗଡ ଯାଦବ ସମାଜର କେନୁରାମ ୟାଦବ, ବ୍ଲକ ଯାଦବ ସମାଜ ସଭାପତି ଲିଙ୍ଗରାଜ ଘିଭେଲା, ମମତା ମଞ୍ଚରି ଥପା ସନ୍ତୋଷିନୀ ସଲମା, ହଲଧର ଠେଲା, ହରେରାମ କଠାର, କପିଲେନ୍ଦ୍ର ଭୋଇ, କେଶରୀ ଖର୍ସେଲ, ପରକ୍ଷୀତ ନାଗ, ଅର୍ଜୁନ ନାଗ ପ୍ରମୁଖ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମରେ କେପରି ଯାଦବ ସମାଜର ଉନ୍ନୟନ ହେବ ସେନେଇ ମଞ୍ଚାସୀନ ଅତିଥି ମାନେ ମତ ପ୍ରକାଶ କରିଥିବା ବେଳେ ଯାଦବ ସମାଜର ଭଗବାନ ବନ୍ଦିଚୋର, ଡାଇମଣ୍ଡ ନିଆଲ, ସମେତ ଅନ୍ୟାନ୍ୟ ଲୋକେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eleven + two =