oom

ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଳ୍ପଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ଏବଂ ରିଲାଏନ୍ସ୍‌ ଏଜୁକେଶନ କମ୍ପେ୍ଲକ୍ସ୍‌ ଆନୁକୁଲ୍ୟରେ ସ୍ଥାନୀୟ ଯାଦବ ଭବନ ଠାରେ ଏକ ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ପାଇଁ ଦୁଇ ସପ୍ତାହ ବ୍ୟାପି ତାଲିମ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରଶିକ୍ଷଣ ଦ୍ୱାରା ଶିକ୍ଷିତ ଯୁବକ ଯୁବତୀମାନେ ଆତ୍ମ ନିର୍ଭରଶୀଳ ଏବଂ ସ୍ୱାବଲମ୍ବୀ ହୋଇ ନିଜସ୍ୱ ବ୍ୟବସାୟ ପ୍ରତିଷ୍ଠାନ କରିପାରିବେ । ରିଲାଏନ୍ସ୍‌ ଏଜୁକେଶନ କେମ୍ପେ୍ଲକ୍ସର କେନ୍ଦ୍ରାଧ୍ୟକ୍ଷ ମନୋଜ କୁମାର ମିଶ୍ରଙ୍କ ସଂଯୋଜନା ଏବଂ ଓଡିଶା ଶିଳ୍ପଦ୍ୟୋଗୀ ଶିଳ୍ପ ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ବ୍ରଜ କିଶୋର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଦୁଇ ସପ୍ତାହ ବ୍ୟାପି ହେବାକୁଥିବା ତାଲିମ ଶିବିରରେ ତାଲିମ ନେବା ପାଇଁ ସର୍ବମୋଟ ୫୫ ଜଣ ଆବେଦନ କରିଥିବା ବେଳେ ୩୦ ଜଣଙ୍କୁ ଚୟନ କରାଯାଇଅଛି । ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରରେ ୧୨ ଦିନ ପର୍ଯ୍ୟନ୍ତ ଉଦ୍ୟୋକ୍ତା ମାନଙ୍କୁ ତାଲିମ ଦେଇ ଦକ୍ଷତା ବୃଦ୍ଧି କରାଯିବା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଶିଳ୍ପ ନିରୀକ୍ଷକ ନିରୋଜ ରଞ୍ଜନ ପାଣିଗ୍ରାହୀ, ଶିଳ୍ପ ବିକାଶ ଅଧିକାରୀ ପ୍ରଭାସ କୁମାର ଅମାନ୍ତ, ସଦର ବ୍ଲକର ଅଧ୍ୟକ୍ଷ ଗୋଲାପ ବାଗ, ସଫଳ ଯୁବ ଉଦ୍ୟୋକ୍ତା ଲୋଟସ ଷଡଙ୍ଗୀ, ଓରିଏନଟାଲ ଇନସ୍ୟୁର‍୍ୟନ୍ସ କମ୍ପାନୀର ଅବସରପ୍ରାପ୍ତ ବରିଷ୍ଠ ଶାଖା ପରିଚାଳକ କେ.ସି ନାଥ, ପ୍ରଶିକ୍ଷକ ଆଲୋକ ରଞ୍ଜନ ଉଦ୍‌ଗାତା ଏବଂ ପ୍ରଶିକ୍ଷକ ହିମାଂଶୁ ଖମାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.