jayashree

ଐତିହାସିକ ମେଟ୍ରୋ ପ୍ରକଳ୍ପଳର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ନୂଆବର୍ଷର ପ୍ରଥମ ଦିନରେ ପ୍ରଗତିର ପଥରେ ଲମ୍ବା ପାଦ ବଢ଼ାଇବ ନୂଆ ଓଡ଼ିଶା । ଐତିହାସିକ ମେଟ୍ରୋ ପ୍ରକଳ୍ପଳର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଇତିହାସରେ ଏହା ସର୍ବବୃହତ୍‌ ନିବେଶ ହୋଇଥିବା ବେଳେ ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ଗଢ଼ିବ ମେଟ୍ରୋ । ଯାହାକି ନବୀନ ସରକାରଙ୍କ କାମରେ ବିଶ୍ବାସ ନୀତିର ଆଉ ଏକ ଉଦାହରଣ ହେବ ।

ନୂଆ ବର୍ଷରେ ଓଡ଼ିଶାବାସୀଙ୍କୁ ନବୀନ ସରକାରଙ୍କ ବଡ଼ ଉପହାର । ନୂଆବର୍ଷର ପ୍ରଥମ ଦିନରେ ପ୍ରଗତିର ପଥରେ ଲମ୍ବା ପାଦ ବଢ଼ାଇବ ନୂଆ ଓଡ଼ିଶା । ସୋମବାର ଐତିହାସିକ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଇତିହାସରେ ଏହା ସର୍ବବୃହତ୍‌ ନିବେଶ ହୋଇଥିବା ବେଳେ ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ଗଢ଼ିବ ମେଟ୍ରୋ । ଯାହାକି ନବୀନ ସରକାରଙ୍କ କାମରେ ବିଶ୍ବାସ ନୀତିର ଆଉ ଏକ ଉଦାହରଣ ହେବ । ଜାନୁଆରୀ ୧ରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ପାଇଁ ସକାଳ ୧୦.୪୫ ମିନିଟ୍‌ରେ ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ । ୧୦ଟା ୪୭ ମିନିଟ୍‌ ଏୟାରପୋର୍ଟ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।

Leave A Reply

Your email address will not be published.