csstore

ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ସରକାରଙ୍କ ମୂଳ ଲକ୍ଷ୍ୟ ହେଉ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ବର୍ତ୍ତମାନ ସରକାରଙ୍କ ଦ୍ୱାରା ସମ୍ବନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଚାଲିଛି । ଏହି ଯୋଜନା ଦ୍ୱାରା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା କ୍ରୀଡା, ସାମାଜିକ, ସାଂସ୍କୃତିକ ଗୁଣର ପରିପ୍ରକାଶ କରାଇବା ମୁଖ୍ୟ ଉଦ୍ଦେଶ୍ୟ ଅଟେ, କିନ୍ତୁ ଏହାର କାର୍ଯ୍ୟକାରିତା ଦେଖିଲେ ଜଣାପଡୁଛି ଏହା କେବଳ ପ୍ରଚାର ସର୍ବସ୍ୱରେ ସୀମିତ । କାରଣ ଯାହା କିଛି ବି କାର୍ଯ୍ୟକ୍ରମ କରାଯାଉଛି ସେ ଗୁଡିକର ଭିତ୍ତିଭୂମି କୌଣସି ଶିକ୍ଷାନୁଷ୍ଠାନରେ ନାହିଁ, ତେଣୁ ଛାତ୍ରଛାତ୍ରୀଙ୍କ ସମ୍ବନ୍ୱିତ ବିକାଶ ଚିନ୍ତା କଲା ବେଳକୁ ସରକାର ତାହା ପାଇଁ ଦରକାର ଭିତ୍ତିଭୂମିକୁ ପୂର୍ବରୁ ସୁନିଶ୍ଚିିତ କରିବା ନିହାତି ଦରକାର ବୋଲି ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ର ପୁର ସରକାରୀ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସ୍‌ଏସ୍‌ଡି)ରେ ସରକାରଙ୍କ ଅନୁଦାନରେ ଆୟୋଜିତ ନୂଆଁ ଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଆଜି ବିଦ୍ୟାଳୟର ଅଧ୍ୟକ୍ଷ ସୁଲୟ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଧାୟକ ଶ୍ରୀ ମିଶ୍ର ଶିକ୍ଷାନୁଷ୍ଠାନମାନଙ୍କରେ କ୍ରୀଡା ସଂସ୍କୃତି ସହ ଶିକ୍ଷା ଆହରଣର ଏକ ଅନୁକୂଳ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଶିକ୍ଷା ଦ୍ୱାରା ହିଁ ଦେଶର ଅର୍ଥନୈତିକ ବିକାଶ ହୋଇଥାଏ, ତେଣୁ ଏହା ପାଇଁ ଯାହା ବି ଦରକାର ତାହା ପୁରଣ କରିବା ସରକାରଙ୍କ ପ୍ରାଥମିକତା ହେବା ଦରକାର, ନଚେତ ସମାଜ ଅନଗ୍ରସରତା ଆଡକୁ କାଟି କରିବା ବୋଲି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିଧାୟକ ଶ୍ରୀ ମିଶ୍ର ଚେତାଇ ଦେଇଥିଲେ । ଏ ଅବସରରେ ଆୟୋଜିତ ପ୍ରତିଯୋଗିତାଗୁଡିକର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦାମିଦାର ବିଶ୍ୱାଲ, ନୋଡାଲ ସାମାଜିକ ଅଧିକାରୀ ସୁନୀଲ ସାହୁ, ନୋଡାଲ ସାଂସ୍କୃତିକ ଅଧିକାରୀ ବିଶ୍ୱ ରଞ୍ଜନ ଦାସ, ନୋଡାଲ କ୍ରୀଡା ଅଧିକାରୀ ଦିବ୍ୟ ପଧାନ, ଯୋଗେଶ୍ୱର ସାହୁ ପ୍ରମୁଖ ମଂଚାସୀନ ଥିଲେ ।

jayashree
Leave A Reply

Your email address will not be published.