jsm

ବନ୍ଧବାହାଲରେ ଯୋଗ ପ୍ରଶିକ୍ଷଣ ଶିବିର

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍ଟ ଅଫ୍‌ ଲିଭିଙ୍ଗ୍‌ ଓ ଏମ୍‌ସିଏଲ୍‌ର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ବନ୍ଧବାହାଲ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଥିବା ୨୦ ଦିନ ବ୍ୟାପୀ ଯୋଗ ପ୍ରଶିକ୍ଷଣ ଶିବିରକୁ ଆଜି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ପଦାଧିକାରୀ ଶାନ୍ତନୁ କୁସୁମ ପରିଦର୍ଶନ କରିଥିବା ବେଳେ ଉଭୟ ପ୍ରଶିକ୍ଷିକା ଓ ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ତା’ସହିତ ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭାରେ ଶ୍ରୀ କୁସୁମ ଯୋଗର ମାହାତ୍ମ୍ୟ ଓ ଉପାଦେୟତା ସମ୍ୱନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିବା ବେଳେ ଶାରୀରିକ ଓ ମାନସିକ ଶାନ୍ତି ପାଇଁ ଯୋଗ ହିଁ ଏକମାତ୍ର ମହୋଷଧି ବୋଲି ଅବିହିତ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ କୁସୁମ କହିଥିଲେ ଯେ, ସାମ୍ପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ମଣିଷ ରୋଗ, ଦୁଃଖ, କଷ୍ଟ ଭିତରେ ଜର୍ଜରିତ ହୋଇ ଜୀବନ ଅତିବାହିତ କରୁଛି । ତେବେ ଏ ସବୁରୁ ସ୍ଥାୟୀ ଭାବରେ ମୁକ୍ତି ପାଇବାକୁ ହେଲେ ଆମ ସମସ୍ତଙ୍କୁ ଯୋଗକୁ ଆଦରିବାକୁ ହେବ । କାରଣ ଯୋଗ ହିଁ ଆମକୁ ରୋଗମୁକ୍ତ କରିବା ସହିତ ଆମ ମନକୁ ସ୍ଥିତପ୍ରଜ୍ଞ କରିବାରେ ସହାୟକ ହେବ । ତେଣୁ ସମସ୍ତେ ଧ୍ୟାନ ପୂର୍ବକ ଶିକ୍ଷାଗ୍ରହଣ କରି ଯୋଗର ପ୍ରଚାର ପ୍ରସାର ଦିଗରେ ସହଭାଗୀ ହେବାକୁ ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଶ୍ରୀ କୁସୁମ ଆହ୍ୱାନ କରିଥିଲେ । ସର୍ବପ୍ରଥମେ ଭାରତମାତାଙ୍କ ଫୋଟୋ ଚିତ୍ରରେ ଧୂପଦୀପ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚନା ହେଲାପରେ ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ବନ୍ଧବାହାଲର ଅବସରପ୍ରାପ୍ତ ସରପଞ୍ଚ ତରଣୀସେନ ଦଣ୍ଡସନା, ସମିତି ସଭ୍ୟ କିଶୋର ଚନ୍ଦ୍ର ଚୌଧୁରୀ, ଧର୍ମ ଜାଗରଣର ଜିଲ୍ଲା ପ୍ରମୁଖ ରାଜେନ ରତ୍ନ କୁଜୁର, ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂଯୋଜିକା ଲାଖିମନି ଜେନା, ପ୍ରଶିକ୍ଷିକା ସନ୍ଧ୍ୟାରାଣୀ ପାତ୍ର ଓ ସସ୍ମିତା ପାତ୍ର ପ୍ରମୁଖ ମଞ୍ଚାସିନ ଥିବା ବେଳେ ୫୦ ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ଏପ୍ରିଲ ୫ ତାରିଖରେ ଉଦଯାପିତ ହେବ ।

yuvodaya
Leave A Reply

Your email address will not be published.