
ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ସମଗ୍ର ଦେଶରେ ଗତ ୧୭ ସେପ୍ଟେମ୍ବରରୁ ଆସନ୍ତା ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ସେବା ସଂକଳ୍ପ ଅଭିଯାନ ନାମରେ ବିଭିନ୍ନ ସ୍ଥାନରେ ନାନାଦି ପ୍ରକାରର ସେବା କାର୍ଯ୍ୟ ଚାଲୁଛି । ଏହି କ୍ରମରେ ଆଜି ରାଉରକେଲା ବିପିୟୁଟି ପରିଷରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ରାଉରକେଲା ସରକାରୀ ଡାକ୍ତରଖାନାର ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀମାନେ ଏହି ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଆଜିର ଏହି ରକ୍ତଦାନ ଶିବିରରେ ମୋଟ ୭୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବିପିୟୁଟିର କୁଳପତି ଅମୀୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିବା ବେଳେ ବିପିୟୁଟିର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।