
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ତହସିଲ ଅଫିସରେ ଉତ୍ତେଜନା ପରିସ୍ଥିତି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ର ମାନେ ବିଶ୍ୱ ବିଦ୍ୟାଳୟର ଗାୟବ ହୋଇଥିବା ଜମିକୁ ନେଇ ଆଜି ତହସିଲ ଅଫିସ ଆସିଥିଲେ । ଏତିକି ବେଳେ ତହସିଲ ଅଫିସର ଜଣେ କର୍ମଚାରୀ ଛାତ୍ର ମାନଙ୍କୁ ଡାକିବା ପରିବର୍ତ୍ତେ ଛାତ୍ର ମାନଙ୍କୁ ବାହାରି ଯିବା ପାଇଁ କହିଥିଲେ । ଏହି ସମୟରେ ଛାତ୍ରମାନେ ତହସିଲଦାର ଲଗ୍ନଜିତ ବେହେରାଙ୍କ ସହ ତୁତୁ ମେଁମେଁ ପରସ୍ଥିତି ଉପୁଜୁଥିବା ଦେଖିବାକୁ ମିଳିଛି । ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାଇ ଥିବା ବେଳେ ଘଟଣାକୁ ନେଇ ଛାତ୍ରମାନେ ବର୍ତ୍ତମାନ ତହସିଲଦାର ଚେମ୍ବର ବାହାରେ ବଲାଙ୍ଗିର ତହସିଲଦାରଙ୍କ ବିରୋଧରେ ଗର୍ଜିଥିବା ଦେଖିବାକୁ ମିଳିଛି । ଏନେଇ ବଲାଙ୍ଗିର ତହସିଲଦାର ଘଟଣା ସମ୍ପର୍କରେ ମୁଁହ ଖୋଲିବା ପାଇଁ ମନା କରିଦେଇଛନ୍ତି ।